ଦେବଦୁର୍ଲ୍ଲଭ
ଦାସ
ଜନ୍ମ
ଓ ଜନ୍ମସ୍ଥାନ ୧୬ଶ ଶତାବ୍ଦୀ
ଓଡ଼ିଶା
ଘର ପୁରୀ, ଓଡ଼ିଶା
ଅଲଗା
ନାଆଁ ଦେବଦୁର୍ଲଭ ଦାସ
ଜୀବିକା ପୁରାତନ କବି
ଜଣାଶୁଣା
କାମ
ରହସ୍ୟମଞ୍ଜରୀ
ଦେବଦୁର୍ଲ୍ଲଭ
ଦାସ ପ୍ରାଚୀନ ଓଡ଼ିଆ କବି ମାନଙ୍କ ମଧ୍ୟରେ ଅନ୍ୟତମ | ତାଙ୍କ ରଚିତ କାବ୍ୟ ରହସ୍ୟମଞ୍ଜରୀ ପ୍ରାଚୀ ସମିତିଦ୍ୱାରା ପ୍ରକାଶିତ | କବିଙ୍କ ଜନ୍ମ ସମୟ ଠିକ୍ ଭାବରେ ନିରୂପଣ
କରଯାଇ ନାହିଁ | ତେବେ ତାଙ୍କ ରଚନାରୁ ଜଣାଯାଏ ଯେ ସେ ଜଗନ୍ନାଥ
ଦାସଙ୍କ ସମସାମୟିକ |
ଜୀବନ
କବି
ଦେବଦୁର୍ଲ୍ଲଭ ଦାସ ନିଜ କାବ୍ୟର କୌଣସି ସ୍ଥାନରେ ନିଜର ପରିଚୟ ପ୍ରକାଶ କରିନାହାନ୍ତି । ଏହା
ବୈଷ୍ଣବର ସୁଲକ୍ଷଣ ଭାବେ ଗୃହୀତ । ନିଜ ବିଷୟରେ କିଛି ନ ଲେଖିବା ନିରହଙ୍କାରର ଚିହ୍ନ ଭାବେ
ଦେଖାଯାଉଥିବାରୁ କବି ଏପରି କରିଥିବା ବୋଧ ହୁଏ । ତାଙ୍କର ଜନ୍ମସ୍ଥାନ ଓ ସମୟ ଅଜ୍ଞାତ ।
ନାମକରଣ
ରହସ୍ୟମଞ୍ଜରୀର
କେତେକ ଛାନ୍ଦର ଶେଷରେ କବି ନିଜ ପୂର୍ଣ୍ଣ ନାମ 'ଦେବଦୁର୍ଲ୍ଲଭ ଦାସ' ଭାବେ
ଉଲ୍ଲେଖ କରିଛନ୍ତି ।
ଶରଣ
ମାଗଇ ଦେବ ଦୁର୍ଲ୍ଲଭ ଯେ ଦାସ । (୧୦ଶ ଛାନ୍ଦ)
ନିରନ୍ତରେ
ଚିନ୍ତେ ଦେବଦୁର୍ଲ୍ଲଭ ଦାସ । (୨୩ଶ ଛାନ୍ଦ)
—ରହସ୍ୟମଞ୍ଜରୀ
ବାସସ୍ଥଳୀ
କବିଙ୍କ
ରଚିତ ଶ୍ରୀକ୍ଷେତ୍ରର ତୀକ୍ଷ୍ଣ ବର୍ଣ୍ଣନା ଓ ମିଷ୍ଟାନ୍ନାଦିର ଉଲ୍ଲେଖ ଯୋଗୁଁ ଡକ୍ଟର ଦେବେନ୍ଦ୍ର
ମହାନ୍ତି ସେ ପୁରୀବାସୀ ହୋଇପାରନ୍ତି ବୋଲି ଉଲ୍ଲେଖ କରିଛନ୍ତି ।
ସମୟ
ପ୍ରାଚୀ
ସମିତିଦ୍ୱାରା ପ୍ରକାଶିତ ରହସ୍ୟମଞ୍ଜରୀ ପୁସ୍ତକର ମୁଖବନ୍ଧରେ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି
ଦେବଦୁର୍ଲ୍ଲଭ ଦାସଙ୍କ ସମୟର ବିଚାର କରିଛନ୍ତି ।
ପୋଥି
ପୁଷ୍ପାଞ୍ଜଳି
ପ୍ରଥମତଃ
ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ପାଇଥିବା ପାଞ୍ଚଗୋଟି ତାଳପତ୍ର ପୋଥି ମଧ୍ୟରୁ (କ) ଓ (ଚ)
ଚିହ୍ନିତ ପୋଥିରେ କେବଳ ଗ୍ରନ୍ଥ ଲେଖନ ସମାପ୍ତି ଦିବସର ଉଲ୍ଲେଖ ଥିଲା । (କ) ପୋଥିର ''ଲେଖନକାର ଦୈବଜ୍ଞ ଭଗବାନ ନାୟକ, ଲେମ୍ବାଇ ବିଶେ ବଡ଼ପଦ ଗ୍ରାମରେ ରହଣି''- ପୋଥିର ଲେଖା ସମାପ୍ତିଦିନ ବୀର କିଶୋର ଦେବ
ମହାରାଜାଙ୍କ ବିଜେ ଶୁଭରାଜ୍ୟେ ସମସ୍ତ ୪୭ ଅଙ୍କ କୁମ୍ଭ ୨୨ ଦିନ ଅର୍ଥାତ୍ ୧୭୭୪ ଖ୍ରୀଷ୍ଟାବ୍ଦର
କଥା । ତେଣୁ ଦେବଦୁର୍ଲ୍ଲଭଙ୍କ ସ୍ୱକୃତ ରହସ୍ୟମଞ୍ଜରୀ ଗ୍ରନ୍ଥ ନିଶ୍ଚୟ ୧୭୭୪ଠାରୁ
ପୂର୍ବବର୍ତ୍ତୂ ରଚନା । (ଚ) ପୋଥିର ଲେଖନକାର କୃଷ୍ଣ କୁଣ୍ଡା ମୁକୁନ୍ଦଦେବଙ୍କ ୨ୟ ଅଙ୍କ ୧୨୦୬
ସାଲ ମକର ୧୨ ଦିନ ପୋଥିଲେଖା ଶେଷ କରିଥିଲେ । ଅଭିମନ୍ୟୁ ତାଙ୍କର ରସବତୀ କାବ୍ୟ ବୀର କିଶୋର
ଦେବଙ୍କ ୬୯ ଅଙ୍କରେ ସମାପ୍ତ କରିଥିଲେ । ଅର୍ଥାତ୍ ରହସ୍ୟମଞ୍ଜରୀର (କ) ପୋଥିର ଲେଖନକାର ରସବତୀର
୧୮ ବର୍ଷ ପୂର୍ବେ ତାଙ୍କ ଲେଖା ସମାପ୍ତ କରିଥିଲେ । ଏଥିରୁ ନିଃସନ୍ଦେହରେ ଏତିକି ମାତ୍ର
ସିଦ୍ଧାନ୍ତ ରୂପେ ଗ୍ରହଣ କରାଯାଇପାରେ ଯେ ରହସ୍ୟମଞ୍ଜରୀର କବି ଦେବଦୁର୍ଲ୍ଲଭ ଅଭିମନ୍ୟୁ
ସାମନ୍ତସିଂହାରଙ୍କ ପୂର୍ବବର୍ତ୍ତୀ ।
ଡକ୍ଟର
ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଆଲୋଚନାକୁ ନେଇ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ଗ୍ରନ୍ଥଟିକୁ ୧୭୭୪
ପୂର୍ବର ଲେଖା ବୋଲି ସମ୍ମତି ଦେଇଛନ୍ତି ।
ଭାଷାତାତ୍ତ୍ୱିକ
ଦିଗ
ଦ୍ୱିତୀୟରେ
ରହସ୍ୟମଞ୍ଜରୀର ଭାଷା ଓ ପ୍ରାଚୀନ ଶବ୍ଦର ପ୍ରୟୋଗ, ଅପ୍ରାକୃତିକ ଶବ୍ଦାଳଙ୍କାର ଓ ପୌରାଣିକ ଅଳଙ୍କାର ରୀତି ଅନୁଧ୍ୟାନ କଲେ ବୋଧ ହୁଏ
ଯେ ଏହା ଏକ ପ୍ରାଚୀନ କାବ୍ୟ । ବ୍ୟବହୃତ ପ୍ରାଚୀନ ଶବ୍ଦ ମଧ୍ୟରୁ କିଛି ହେଲେ - 'ଶ୍ରୋଣାହା', 'ବିଘଂସିଲେ', 'ମେହୁ', 'ସାରିଷ', 'ପିରୋଘ', 'କେହୁଣି' ଇତ୍ୟାଦି । ସାରଳା ଦାସଙ୍କ ମହାଭାରତରେ ଏସବୁ
ଶବ୍ଦ ବ୍ୟବହୃତ ଓ ବର୍ତ୍ତମାନ ଏହି ସମସ୍ତ ଶବ୍ଦ ଅବ୍ୟବହୃତ । ଆର୍ତ୍ତବଲ୍ଲଭଙ୍କ ମତରେ 'ଶ୍ରୋଣେହା' ଶବ୍ଦ ସାରଳା ଦାସଙ୍କ ଛଡ଼ା ଅନ୍ୟ କେହି
ବ୍ୟବହାର କରିଥିବା ଜଣାଯାଏ ନାହିଁ ।
ସାଙ୍ଗୀତିକ
ଅନୁଧ୍ୟାନ
ଗ୍ରନ୍ଥର
ବିଭିନ୍ନ ଛାନ୍ଦରେ ଥିବା ରାଗନିର୍ଦ୍ଦେଶରେ କେତେକ ପ୍ରାଚୀନ 'ବାଣୀ'ର ଉଲ୍ଲେଖ ଦେଖାଯାଏ । ଦ୍ୱିତୀୟ ଓ ଚତୁର୍ଥ ଛାନ୍ଦ କଳସା ବାଣୀରେ, ଷଷ୍ଠ ଛାନ୍ଦ 'ରାମବିଭା ପ୍ରଥମଛାନ୍ଦ ବାଣୀରେ', ସପ୍ତମ ଛାନ୍ଦ ସପନଚେତିଆ ବାଣୀରେ ଓ ଦଶମ
ଛାନ୍ଦ ତୁଳାଭିଣା ବାଣୀରେ ଗାଇବାକୁ ନିର୍ଦ୍ଦେଶ ରହିଛି । କଳସା ବାଣୀ ବତ୍ସା ଦାସଙ୍କ କଳସା
ଚଉତିଶାରୁ ଆସିଅଛି । ରାମବିଭା କାବ୍ୟ କବି ଅର୍ଜ୍ଜୁନ ଦାସଙ୍କ ରଚିତ । ତୁଳାଭିଣା ଅତିବଡ଼ି
ଜଗନ୍ନାଥ ଦାସଙ୍କ ରଚିତ ଏକ ଗ୍ରନ୍ଥ । ଏସବୁରୁ ଅନୁମିତ ଯେ ଦେବଦୁର୍ଲ୍ଲଭ ଦାସ ବତ୍ସା ଦାସ, ଅର୍ଜ୍ଜୁନ ଦାସ ଓ ଜଗନ୍ନାଥ ଦାସଙ୍କ
ପରବର୍ତ୍ତୀ କବି । ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ମତରେ କବି ଷୋଡ଼ଶ ଶତାବ୍ଦୀ ପରର କୌଣସି
ଗ୍ରନ୍ଥରୁ ରାଗ ଗ୍ରହଣ କରିନଥିବାରୁ ସେ ଜଗନ୍ନାଥ ଦାସଙ୍କ ଅଳ୍ପ ସମୟ ପରେ କିମ୍ବା ତାଙ୍କ ସମୟରେ
ଜୀବିତ ଥିବା ଅନୁମାନ କରାଯାଇପାରେ । ଏଣୁ ସେ ଷୋଡ଼ଶ ଶତାବ୍ଦୀର ପ୍ରଥମାର୍ଦ୍ଧର ପରବର୍ତ୍ତୀ
ଅର୍ଥାତ୍ ଷୋଡ଼ଶ ଶତାବ୍ଦୀର ଶେଷାର୍ଦ୍ଧ ଓ ସପ୍ତଦଶ ଶତାବ୍ଦୀର ପ୍ରଥମାର୍ଦ୍ଧର କବି ବୋଲି କହିବା
ଅସମୀଚୀନ ହେବ ନାହିଁ ।
କବି
ଉକ୍ତି
କବି
ରହସ୍ୟମଞ୍ଜରୀରେ ଲେଖିଅଛନ୍ତି ଯେ ତାଙ୍କ ପୂର୍ବରୁ ଏହି ବିଷୟକୁ ନେଇ କୌଣସି କାବ୍ୟ ରଚିତ
ହୋଇନାହିଁ । ଅଚ୍ୟୁତାନନ୍ଦ ଦାସଙ୍କ ଶୂନ୍ୟସଂହିତାରେ ଏହି କଥାବସ୍ତୁ ସାମାନ୍ୟ ଭିନ୍ନରୂପେ
ସମାବେଶିତ ହୋଇଅଛି । ଚାନ୍ଦ ଦାସଙ୍କ ଗୋପୀଚନ୍ଦନରେ ଓ ଦୀନକୃଷ୍ଣ ଦାସଙ୍କ ନାମରତ୍ନ ଗୀତାରେ
ମଧ୍ୟ ଅଲଗା ଭଙ୍ଗୀରେ ଏହି ବିଷୟ ପ୍ରସ୍ତୁତ କରାଯାଇଛି ।
ସମକାଳୀନ
ବାତାବରଣ
କବିଙ୍କ
ସମୟରେ ଉତ୍କଳ ଅନ୍ତର୍ବିବାଦ ଓ ଯୁଦ୍ଧରେ ଅଶାନ୍ତ ଥିବା ପରି ମନେ ହୁଏ । କବି ନିଜ ଗ୍ରନ୍ଥରେ
ଏପରି ଅନର୍ଥ ହିଂସାକୁ ନିନ୍ଦା କରିଛନ୍ତି ।
ସବୁଙ୍କର
ସନ୍ଥ ବୁଦ୍ଧି ଯେବେ ସେ ହୁଅନ୍ତା
ଖଡ଼ଗ
କମାଣ ବାଣ କିପାଁଇ ବିହନ୍ତା
ଏକକୁ
ଆରେକ ନ ଚିହ୍ନନ୍ତି ମତ୍ତଭୋଳେ
ତେଣୁ
ମରାମରି ହୋଇ ମରନ୍ତି ସକଳେ ।
—ଚତୁର୍ବିଂଶ ଛାନ୍ଦ, ରହସ୍ୟମଞ୍ଜରୀ

0 Comments