ବନମାଳୀ
ଦାସ
ବନମାଳୀ
ଦାସ (୧୭୨୦-୧୭୯୩) ଜଣେ ଓଡ଼ିଆ ଭକ୍ତି କବି । "ଦୀନବନ୍ଧୁ ଦଇତାରୀ" , "କେତେ ଛନ୍ଦ ଜାଣେ ଲୋ ସହି" ଓ
"ମଣିମା ହେ ଏତିକି ମାଗୁଣି ମୋର" ଆଦି ତାଙ୍କର କେତୋଟି ଜଣାଶୁଣା ରଚନା ଓ ଓଡ଼ିଶୀ
ସଙ୍ଗୀତରେ ବ୍ୟବହୃତ । ତାଙ୍କ ଲୋକପ୍ରିୟ ଗୀତସବୁ ପର୍ବପର୍ବାଣୀ, ଜନସମାଗମ ସ୍ଥଳ ଓ ଓଡ଼ିଶୀ ସଙ୍ଗୀତରେ
ବୋଲାଯାଇଥାଏ । ସେ ମଧ୍ୟଯୁଗୀୟ ଓଡ଼ିଆ ଭକ୍ତି-ସାହିତ୍ୟର ଆଦି କବି ଭାବେ ଜଣା ।
ପ୍ରାରମ୍ଭିକ ଭାବେ କେବଳ ପ୍ରେମ କାବ୍ୟ ରଚନା
ଆରମ୍ଭ କରିଥିଲେ ମଧ୍ୟ ପରେ ତାଙ୍କ ରଚନାଗୁଡ଼ିକ ଅଧିକ ଲୋକାଦୃତି ଲାଭ କରିଥିଲା ଓ ସେ ନିଜ
ସମକାଳୀନ କବିମାନଙ୍କ ମଧ୍ୟରେ ଜଣାଶୁଣା ଥିଲେ ।
ପ୍ରାରମ୍ଭିକ
ଜୀବନ
ବନମାଳୀ
ଦାସଙ୍କ ଜନ୍ମ ତାରିଖ ସଠିକ ଲିପିବଦ୍ଧ ହୋଇନଥିବାରୁ ବିଭିନ୍ନ ଗବେଷକ ଭିନ୍ନ ଭିନ୍ନ ମତପୋଷଣ
କରିଥାନ୍ତି । ତାଙ୍କ ଜନ୍ମ ୧୭୩୬ ଓ ଦେହାନ୍ତ ୧୭୯୩ ବୋଲି ଏକ ଗବେଷଣା ନିବନ୍ଧରେ ଦର୍ଶାଯାଇଥିବା
ବେଳେ ଗବେଷକ ଜାନକୀ ବଲ୍ଲଭ ମହାନ୍ତି ତାଙ୍କୁ ବୀରକିଶୋର ଦେବଙ୍କ ସମକାଳୀନ ଓ ଆନୁମାନିକ ଜନ୍ମ
ସମୟ ୧୭୨୦ଠାରୁ ୧୭୩୦ ମଧ୍ୟରେ ତଥା ଦେହାନ୍ତ ସମୟ ଜଣାନାହିଁ ବୋଲି ଦର୍ଶାଇଛନ୍ତି ।


0 Comments