କରୋନାଭୂତାଣୁ




କରୋନାଭୂତାଣୁ

କରୋନାଭୂତାଣୁ (ଇଂରାଜୀ ଭାଷା: Coronaviruses) ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଦଳ ଯଥା: ଗାଈ ଓ ଘୁଷୁରୀଙ୍କୁ ହେଉଥିବା ତରଳ ଝାଡ଼ା ଓ କୁକୁଡ଼ାଙ୍କର ଉର୍ଦ୍ଧ୍ୱ ଶ୍ୱାସକ୍ରିୟା ରୋଗ । ମାନବ ଦେହରେ ଏହି ଭୂତାଣୁ ପ୍ରାୟତଃ ସାମାନ୍ୟ ଧରଣର ଶ୍ୱାସକ୍ରିୟା ସଂକ୍ରମଣ (respiratory infection) କରାଏ କିନ୍ତୁ ତାହା କ୍ୱଚିତ ଘାତକ ସିଦ୍ଧ ହୋଇଥାଏ । ଗଳା, ନାକ ଓ ସାଇନସରେ ଏହି ସଂକ୍ରମଣ ହୁଏ । ଏହି ଭୂତାଣୁର ଚିକିତ୍ସା ବା ପ୍ରତିଷେଧକ ନିମନ୍ତେ କୌଣସି ଟୀକା ପ୍ରସ୍ତୁତ ହୋଇନାହିଁ ।

ଏହି ଭୂତାଣୁ କରୋନାଭିରିଡି (Coronaviridae) ପରିବାର, ଅର୍ଥୋକରୋନାଭିରିନି (Orthocoronavirinae) ଉପପରିବାର ଓ ନିଡୋଭିରେଲ (Nidovirales) ଅର୍ଡ଼ରର ଭୂତାଣୁ ଅଟେ । ଏହା ଏକ ପ୍ରକାର ଆବୃତ ଭୁତାଣୁ (enveloped virus) ଯେଉଁଥିରେ ପଜିଟିଭ ସେନ୍ସ ସିଙ୍ଗଲ-ସ୍ଟ୍ରାଣ୍ଡେଡ ଆରଏନଏ ଜେନୋମ (positive-sense single-stranded RNA genome) ଓ ହେଲିକାଲ ସିମେଟ୍ରି ଥିବ ନ୍ୟୁକ୍ଲିଓକାପସିଡ (RNA genome and with a nucleocapsid) ଥାଏ । କରୋନା ଭୂତାଣୁର ଆକାର ଆରଏନଏ ନିମନ୍ତେ ସର୍ବାଧିକ - ୨୬ରୁ ୩୨ କିଲୋବେସ (kilobases) ।

କରୋନାଭୂତାଣୁ

ବୟସ୍କ ଓ ପିଲାଙ୍କ ମଧ୍ୟରେ ସମସ୍ତ ସର୍ଦ୍ଦି ରୋଗ ମଧ୍ୟରୁ କରୋନାଭୂତାଣୁର ଏକ ଉଲ୍ଲେଖନୀୟ ଅଂଶ ଥାଏ । ସାଧାରଣତଃ ଶୀତ ଋତୁରେ ଏହି ରୋଗ ଯୋଗୁ ଜ୍ୱର ହୁଏ ଓ ଗଳାର ଆଡେନଏଡ (adenoid) ଫୁଲିଯାଏ । କରୋନାଭୂତାଣୁ‌ ଯୋଗୁ ପ୍ରତ୍ୟକ୍ଷ ନିମୋନିଆ ବା ଜୀବାଣୁଜନିତ ପରୋକ୍ଷ ନିମୋନିଆ (bacterial pneumonia) ହୋଇପାରେ; ସେହିଭଳି ଏହା ଯୋଗୁ ପ୍ରତ୍ୟକ୍ଷ ଶ୍ୱାସନଳୀ ପ୍ରଦାହ ବା ଜୀବାଣୁ ଯୋଗୁ ପରୋକ୍ଷ ଶ୍ୱାସନଳୀ ପ୍ରଦାହ ହୋଇପାରେ । ସନ ୨୦୦୩ରେ ମାନବ କରୋନାଭୂତାଣୁ‌ ଆବିଷ୍କୃତ ହୋଇଥିଲା । ଏସଏଆରଏସ (SARS-CoV) କରୋନାଭୂତାଣୁ‌ ଯୋଗୁ ତୀବ୍ର ଶ୍ୱାସକ୍ରିୟା ସିଣ୍ଡ୍ରୋମ ବା ସିଭିଅର ଆକ୍ୟୁଟ ରେସପିରେଟରି ସିଣ୍ଡ୍ରୋମ (severe acute respiratory syndrome (SARS)) ହୁଏ ଯେଉଁଥିରେ ଏକ ସ୍ୱତନ୍ତ୍ର ନିଦାନ ଯୋଗୁ ଉଭୟ ଉର୍ଦ୍ଧ୍ୱ ଓ ନିମ୍ନ ଶ୍ୱାସକ୍ରିୟା ସଂକ୍ରମଣ (upper ଓ lower respiratory tract infection) ହୋଇପାରେ ।

ବିଭିନ୍ନ ସ୍ଟ୍ରେନର କରୋନାଭୂତାଣୁ‌ ଥାଏ:

ମାନବ କରୋନାଭୂତାଣୁ‌ ୨୨୯ ଇ (Human coronavirus 229E (HCoV-229E))
ମାନବ କରୋନାଭୂତାଣୁ‌ ଓସି୪୩ (Human coronavirus OC43 (HCoV-OC43))
ସାର୍ସ କରୋନାଭୂତାଣୁ‌ (SARS-CoV)
ମାନବ କରୋନାଭୂତାଣୁ‌ ଏନଏଲ୬୩ (Human coronavirus NL63 (HCoV-NL63, New Haven coronavirus))
ମାନବ କରୋନାଭୂତାଣୁ‌ ଏଚକେୟୁ୧ (Human coronavirus HKU1)

ମଧ୍ୟପ୍ରାଚ୍ୟ ରେସପିରେଟରି ସିଣ୍ଡ୍ରୋମ (Middle East respiratory syndrome coronavirus (MERS-CoV), ଆଗରୁ ନଭେଲ କରୋନାଭାଇରସ ୨୦୧୨ ଓ HCoV-EMC ବୋଲି ଜଣା ।)
ନୂତନ କରୋନାଭୂତାଣୁ‌ (Novel coronavirus), [୭] ଅନ୍ୟ ନାମ: ଉହାନ ନିମୋନିଆ ବା ଉହାନ କରୋନାଭୂତାଣୁ‌  ('Novel' ବା ନୂତନ ଏକ ପ୍ଲେସ‌ହୋଲ୍ଡର ନାମ ଯାହା ନୂଆ ନାମ ଅଟେ । )

ମଧ୍ୟ ପ୍ରାଚ୍ୟ ରେସପିରେଟରି ସିଣ୍ଡ୍ରୋମ

ସେପ୍ଟେମ୍ବର ୨୦୧୨ରେ ଏକ ନୂଆ କରୋନାଭୂତାଣୁ ଚିହ୍ନଟ ହୋଇଥିଲା ଯାହାକୁ ପ୍ରଥମେ ନଭେଲ କରୋନାଭୂତାଣୁ ୨୦୧୨ କୁହାଯାଉଥିଲା ଓ ଅଧୁନା ଏହାକୁ ମଧ୍ୟ ପ୍ରାଚ୍ୟ ରେସପିରେଟରି ସିଣ୍ଡ୍ରୋମ ଭୂତାଣୁ (MERS-CoV) କୁହାଯାଉଛି ।  ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତୁରନ୍ତ ଏକ ଜାଗତିକ ଆଲର୍ଟ ଜାରି କରିଥିଲେ ।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ ଏହି ଭୂତାଣୁ ମଣିଷଠାରୁ ମଣିଷ ପାଖକୁ ସ‌ହଜରେ ସଞ୍ଚାରିତ ହୋଇପାରେ ନାହିଁ ।  କିନ୍ତୁ ମଇ ୧୨/୦୫/୨୦୧୩ରେ ଫ୍ରେଞ୍ଚ ମିନିଷ୍ଟ୍ରି ଅଫ ସୋସିଆଲ ଆଫେୟାର ଆଣ୍ଡ ହେଲ୍‌ଥ ନିଶ୍ଚିତ କରିଥିଲା ଯେ ଏହା ମାନବରୁ ମାନବ ସଞ୍ଚାରଣ ହେଉଛି ।  ଟ୍ୟୁନିସିଆରେ ମଧ୍ୟ ଏହିଭଳି ସଞ୍ଚାରଣ ଦେଖିବାକୁ ମିଳିଛି । କିନ୍ତ ଏସବୁ ସତ୍ୱେ ଏହା ସ‌ହଜରେ ମାନବ-ମାନବ ସଞ୍ଚାରିତ ହୋଇପାରେ ନାହିଁ । ୩୦/୧୦/୨୦୧୩ ସୁଦ୍ଧା ସାଉଦି ଆରବରେ ୧୨୪ ରୋଗୀଙ୍କ ମଧ୍ୟରୁ ୫୨ ଜଣଙ୍କର ମୃତ୍ୟୁ ହୋଇଥିଲା ।

Post a Comment

0 Comments