ଜଗନ୍ନାଥ ପ୍ରସାଦ ଦାସ




ଜଗନ୍ନାଥ ପ୍ରସାଦ ଦାସ

ଜନ୍ମ     26 April 1936 (age 83)
ପୁରୀ
ଛଦ୍ମନାମ          J.P., J.P. Das
ଭାଷା   ଓଡ଼ିଆ, ଇଂରାଜୀ
ଜାତୀୟତା        ଭାରତୀୟ
ଆଞ୍ଚଳିକତା       ଓଡ଼ିଆ
ନାଗରିକତା      ଭାରତୀୟ
ଶିକ୍ଷାନୁଷ୍ଠାନ      ରେଭେନ୍ସା କଲେଜ
ସମୟ   ୧୯୬୦ ଦଶକ
ଶୈଳୀ  କବିତା
ସାହିତ୍ୟ କୃତି     ପରିକ୍ରମା
ଆହ୍ନିକ
ପୁରସ୍କାର         ସରସ୍ୱତୀ ସମ୍ମାନ, ଶାରଳା ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଜଗନ୍ନାଥ ପ୍ରସାଦ ଦାସ (ଜନ୍ମ: ୨୬ ଅପ୍ରେଲ ୧୯୨୬) ଜଣେ ଓଡ଼ିଆ କବି, ଲେଖକ, ଗାଳ୍ପିକ, ଗବେଷକ, ମନୋବିଜ୍ଞାନୀ, ଚିତ୍ରକର, ନାଟ୍ୟକାର, ଅଭିନେତା, ଅନୁବାଦକ ଓ ସମାଲୋଚକ ।

ଜୀବନ
ପିତା ଶ୍ରୀଧର ଦାସ ଓ ମାତା ଇନ୍ଦୁଦେବୀଙ୍କ ତୃତୀୟ ସନ୍ତାନ ଭାବରେ ଜଗନ୍ନାଥ ୧୯୩୬ରେ ପୁରୀଠାରେ ଜନ୍ମ ଲାଭ କରିଥିଲେ । ସେ କଟକର ମିସନ ସ୍କୁଲ ଓ ରେଭେନ୍ସା କଲେଜରେ ପଢ଼ା ସାରି ଆଲ୍ହାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ ଓ ସେଠାରେ କିଛି କାଳ ପଢ଼ାଇଥିଲେ । ୧୯୫୮ମସିହାରେ, ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ସାହିତ୍ୟ ସାଧନା ଓ ଗବେଷଣା ପାଇଁ, ସେ ୧୯୮୪ମସିହାରେ ପ୍ରଶାସନିକ ସେବାକୁ ପରିତ୍ୟାଗ କରିଥିଲେ । ୧୯୭୩ମସିହାରୁ ଦିଲ୍ଲୀରେ ଅବସ୍ଥାନ କରୁଥିବା ଜେ.ପି, ଦିଲ୍ଲୀରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ମୁରବୀ ଭଳି କାର୍ଯ୍ୟକରି ଆସୁଛନ୍ତି ।


ପ୍ରାକ ରଚନା
କିଶୋର କାଳରେ ଜଗନ୍ନାଥ ଲେଖାଲେଖି ଆରମ୍ଭ କରିଥିଲେ । ୧୯୫୧ରେ ସେ "ସ୍ତବକ" ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ । ଓଡ଼ିଆ ପତ୍ରିକା ଡଗର, ଝଙ୍କାର, ଆସନ୍ତାକାଲି ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । ମନୋଜ ଦାସଙ୍କ ସହ ସେ ଛାତ୍ର ଫେଡେରେସନ ଅଫ ଇଣ୍ଡିଆର ଏକ ଜର୍ଣ୍ଣାଲ "ଆଗାମୀ"ର ସମ୍ପାଦନା କରୁଥିଲେ । ୧୯୬୦ ମସିହାରେ ସେ ଦୁଇଟି ନାଟକ ଲେଖିଥିଲେ । ୧୯୭୦ ମସିହାରେ ସେ ନିଜର ଚିତ୍ରସମୁହ ଏକ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶନ କରାଇଥିଲେ । ୧୯୭୯ରେ ମିଳିଥିବା "ହୋମି ଭାବା ବୃତ୍ତି"ଦ୍ୱାରା ସେ ପଟ୍ଟଚିତ୍ର ଉପରେ ରିସର୍ଚ୍ଚ କରିବାର ସୁଯୋଗ ପାଇଥିଲେ, ଯାହା ପରବର୍ତ୍ତୀ ସମୟରେ "ପୁରୀ ପେଣ୍ଟିଙ୍ଗସ" ନାମରେ ପ୍ରକାଶ ପାଇଥିଲା ।

ରଚନବଳୀ

କବିତା
ପ୍ରଥମ ପୁରୁଷ (୧୯୭୧)
ଅନ୍ୟସବୁ ମୃତ୍ୟୁ (୧୯୭୬)
ଯେ ଯାହାର ନିର୍ଜନତା (୧୯୭୯)
ଅନ୍ୟ ଦେଶ ଭିନ୍ନ ସମୟ (୧୯୮୨)
ଯାତ୍ରାର ପ୍ରଥମ ପାଦ (୧୯୮୮)
ଆହ୍ନିକ (୧୯୯୦)
ସ୍ଥିରଚିତ୍ର (୧୯୯୧)
ସଚରାଚର (୧୯୯୪)
ସୃତିର ସହର (୧୯୯୫)
ପରିକ୍ରମା (୧୯୯୮)
ଅସମୟ (୨୦୦୪)
କବିତା ସଂକଳନ
ପ୍ରେମ କବିତା (୧୯୮୭)
ଶ୍ରେଷ୍ଠ କବିତା (୧୯୯୧)
ପୂର୍ବାପର - ୧(କବିତା ସମଗ୍ର ୧୯୭୦-୭୯) (୧୯୯୫)
ପୂର୍ବାପର - ୨ (କବିତା ସମଗ୍ର ୧୯୮୦-୧୯୯୪) (୧୯୯୬)
ରଙ୍ଗଲିପି (୧୯୯୭)
କଥାଯାତ୍ରା (୨୦୦୦)
କବିତା ସମଗ୍ର (୨୦୧୧)

ଗଳ୍ପ
ଭବନାଥ ଓ ଅନ୍ୟମାନେ (୧୯୮୨)
ଦିନଚର୍ଯ୍ୟା (୧୯୮୩)
ଆମେ ଯେଉଁମାନେ (୧୯୮୬)
ସାକ୍ଷାତକାର (୧୯୮୭)
ପ୍ରିୟ ବିଦୂଷକ (୧୯୯୨)
ଶେଷ ପର୍ଯ୍ୟନ୍ତ (୧୯୯୫)
ଇଚ୍ଛାପତ୍ର (୨୦୦୦)
ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘଜୀବନ (୨୦୦୯)
ଉପନ୍ୟାସ
ଦେଶ କାଳ ପାତ୍ର (ଐତିହାସିକ ଉପନ୍ୟାସ - ୧୯୯୨)

ନାଟକ
ସୂର୍ଯ୍ୟାସ୍ତ ପୂର୍ବରୁ (୧୯୭୨)
ସବା ଶେଷ ଛୋଲାକ (୧୯୮୦)
ଅସଂଗତ ନାଟକ (୧୯୮୧)
ପୂର୍ବରାଗ (୧୯୮୩)
ସୁନ୍ଦର ଦାସ (୧୯୯୩)
ଶିଶୁ ସାହିତ୍ୟ
ଅଳିମାଳିକା (୧୯୯୩)
ଆଳୁକୁଚି ମାଳୁକୁଚି (୧୯୯୩)
ଅନାବନା (୨୦୦୮)

Post a Comment

0 Comments