ବିସ୍ମିଲ୍ଲା
ଖାଁ
ବିସ୍ମିଲ୍ଲା
ଖାନ (୨୧ ମାର୍ଚ୍ଚ ୧୯୧୩ - ୨୧ ଅଗଷ୍ଟ ୨୦୦୬) ଜଣେ ଭାରତୀୟ ସଙ୍ଗୀତକାର ଓ ଶେହନାଇ ବାଦକ ଥିଲେ
। ବହୁ ଦିନ ଯାଏଁ ଶେହନାଇ ମୁଖ୍ୟତଃ ପାରମ୍ପରିକ ପୂଜା ପାଠରେ ବ୍ୟବହାର କରାଯାଉଥିଲା ।
ଶେହନାଇକୁ ଲୋକ ଲୋଚନକୁ ଆଣିବା ଓ ସଙ୍ଗୀତ ସମାରୋହରେ ପ୍ରସିଦ୍ଧ କରିବାର ମୁଖ୍ୟ ଶ୍ରେୟ
ଉସ୍ତାଦ ବିସମିଲ୍ଲା ଖାନକୁ ଯାଏ । ଏଥିପାଇଁ ୨୦୦୧ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରୀକ ସମ୍ମାନ
ଭାରତ ରତ୍ନ ସମ୍ମାନୀତ କରାଯାଇଛି । ବିସ୍ମିଲ୍ଲା ଖାନ ଏହି ସମ୍ମାନରେ ସମ୍ମାନୀତ ହୋଇଥିବା
ତୃତୀୟ ଶାସ୍ତ୍ରୀୟ ସଙ୍ଗୀତକାର । ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି
।
ଜୀବନ
ଓ ପରିବାର
ବିସ୍ମିଲ୍ଲା
ଖାନ ବିହାରର ଦୁମରାଁଓରେ ୧୯୧୩ ମସିହା ମାର୍ଚ୍ଚ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସିଏ
ବଚ୍ଚେଇ ଖାନ ଓ ମିଥାନଙ୍କ ଦ୍ୱିତୀୟ ପୁତ୍ର ଥିଲେ । ତାଙ୍କର ପିତା ଓ ପିତାମହ ବିହାରର ଦୁମରାଁଓ
ଓ ଭୋଜପୁର ରାଜାଙ୍କ ଦରବାରରେ ଶେହନାଇ ବାଦକ ଥିଲେ ।
ଜଣେ
ଶିୟା ମୁସଲିମ ହେବା ସତ୍ତ୍ୱେ ବିସମିଲ୍ଲା ଖାନ ସରସ୍ୱତୀ ଙ୍କର ଭକ୍ତ ଥିଲେ ଓ ବାରଣାସୀର
ବିଶ୍ୱନାଥ ମନ୍ଦିରରେ ଓ ଗଙ୍ଗାନଦୀ କୂଳରେ ଶାହାନାଇ ବଜାଉଥିଲେ ।
ସିଏ
ଚଳଚ୍ଚିତ୍ର ଜଗତରେ ମଧ୍ୟ କିଛି ସମୟ କାମ କରିଛନ୍ତି । କନ୍ନଡ଼ ଚଳଚ୍ଚିତ୍ର ସନ୍ନାଡ଼ି ଅପନ୍ନା
ଏବଂ ଗୁଞ୍ଜ ଉଠି ଶେହନାଇ(୧୯୫୯)ରେ ଶାହାନାଇ ବଜାଇଛନ୍ତି ଓ ସତ୍ୟଜିତ ରାୟଙ୍କ ଚଳଚ୍ଚିତ୍ର
ଜଲସାଘରରେ କାମ କରିଛନ୍ତି । ବିଖ୍ୟାତ ନିର୍ଦ୍ଦେଶକ ଗୌତମ ଘୋଷ ସାଙ୍ଗମିଲ ସେ ମୁଲାଖାତ ନାମରେ
ଗୋଟିଏ ପ୍ରାମାଣିକ ଚଳଚ୍ଚିତ୍ର ଜୀବନ ଉପରେ ତିଆରିଛନ୍ତି ।
ଶେଷ
ଜୀବନ
ବିସମିଲ୍ଲା
ଖାନଙ୍କୁ ୨୦୦୬ ମସିହା ଅଗଷ୍ଟ ୧୭ ତାରିଖରେ ଅସୁସ୍ଥ ଯୋଗୁଁ ହେରୀଟେଜ ହସପିଟାଲ ବାରଣାସୀରେ
ଭର୍ତ୍ତୀ କରାଯାଇଥିଲା । ତାହାର ଚାରିଦିନ ପରେ ୨୦୦୬ ମସିହା ଅଗଷ୍ଟ ୨୧ ତାରିଖ ହୃଦୟର ଗତି ବନ୍ଦ
ହୋଇଯିବା ଯୋଗୁଁ ସିଏ ମୃତ୍ୟୁବରଣ କରିଥିଲେ । ଭାରତ ସରକାର ତାଙ୍କର ମୃତ୍ୟୁକୁ ରାଷ୍ଟ୍ରୀୟ ଶୋକ
ଦିବସ ଘୋଷଣା କରିଥିଲେ । ତାଙ୍କର ମୃତ ଶରୀର ସହ ଗୋଟିଏ ଶେହନାଇ ପୁରୁଣା ବାରଣାସୀ ସହରରେ
ଥିବା ଫେଟମେନ କବ୍ରସ୍ଥାନରେ ଗୋଟିଏ ନିମ ଗଛତଳେ ଭାରତୀୟ ସେନାଙ୍କଦ୍ୱାରା ୨୧ ତୋପର ସଲାମୀ ଦେଇ
ପୋତି ଦିଆଯାଇଥିଲା ।


0 Comments