ଭୀମସେନ
ଜୋଶୀ
ପୁରସ୍କାର
1972: Padma
Shri
1999: Padma
Vibhushan
2009: ଭାରତ ରତ୍ନ
ପଣ୍ଡିତ
ଭୀମସେନ ଜୋଶୀ (4 February
1922 – 24 January 2011) କର୍ଣ୍ଣାଟକରେ ଜନ୍ମିତ ଜଣେ ପ୍ରସିଦ୍ଧ ହିନ୍ଦୁସ୍ଥାନୀ ଶୈଳୀର ଶାସ୍ତ୍ରୀୟ ସଂଗୀତ
ଗାୟକ । ଖୟାଲୀ ରାଗର ତଥା ଭକ୍ତି ସଂଗୀତ ଗାନ କ୍ଷେତ୍ରରେ ସେ ଜଣେ ପ୍ରମୁଖ ଗାୟକ । ୧୯୯୮ରେ ସେ
କଳା, ସଂଗୀତ ଓ ନାଟକ କ୍ଷେତ୍ରରେ ସଂଗୀତ ନାଟକ
ଏକାଡେମୀଦ୍ୱାରା ସଂଗୀତ ନାଟକ ଏକାଡେମୀ ଫେଲୋଶିପଦ୍ୱାରା ସମ୍ମାନିତ ହୋଇଥିଲେ ।
ପରେ ପରେ ୨୦୦୯ ମସିହାରେ ସେ ଭାରତର
ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନଦ୍ୱାରା ସମ୍ମାନିତ ହୋଇଥିଲେ ।
ପ୍ରରମ୍ଭିକ
ଜୀବନ
ପଣ୍ଡିତ
ଭିମସେନ ଗୁରୁରାଜ ଜୋଶୀ କର୍ଣ୍ଣାଟକର ଗଡାଗ ଜିଲ୍ଲାସ୍ଥିତ ରନ ଗ୍ରାମରେ ଏକ ମାଧ୍ୱା ବ୍ରାହ୍ମଣ
ପରିବାରରେ ୪ ଫେବୃଆରୀ ୧୯୨୨ ମସିହାରେ ଜନ୍ମଗ୍ରହଣ କରିଥିଲେ । ପିତା ଥିଲେ ଗୁରୁରାଜ ଜୋଶୀ
(କନ୍ନଡ-ଇଂରାଜୀ ଅଭିଧାନର ଲେଖକ) ଏବମ୍ ମାତା ଥିଲେ ଗୋଦାବରୀବାଇ । ପରିବାରରେ ୧୬ ଜଣ ଭାଇଭଉଣୀଙ୍କ ମଧ୍ୟରେ ଭିମସେନ ଥିଲେ
ଜ୍ୟେଷ୍ଠ ସନ୍ତାନ । ଅତି ଛୋଟ ବୟସରୁ ହିଁ ସେ ମାଆଙ୍କୁ ହରାଇ ସାବତ ମାଆଙ୍କଦ୍ୱାରା ପ୍ରତିପାଳିତ
ହୋଇଥିଲେ ।
ଶିଶୁ
ବୟସରୁ ହିଁ ଭିମସେନଙ୍କର ସଂଗୀତ ତଥା ହାରମୋନିୟମ ତଥା ତାନପୁରା ଭଳି ବାଦ୍ୟଯନ୍ତ୍ର ପ୍ରତି
ଅତ୍ୟନ୍ତ ଦୁର୍ବଳତା ରହିଥିଲା । ସଂଗିତ ମୋହରେ
ଶିଶୁଟି ଅନେକ ସମୟରେ ସଂଗୀତ ଦଳର ପଛେ ପଛେ ଚାଲି ଚାଲି ବହୁ ଦୂର ଯାଉଥିଲା । ଅନେକ ସମୟରେ ଚାଲି
ଚାଲି ଅବଶ ହୋଇପଡିଲେ ଯେ କୌଣସି ସ୍ଥାନରେ ଶୋଇପଡୁଥିଲା । ଫଳରେ ପିତାମାତା ଶିଶୁଟିକୁ ଖୋଜି
ଖୋଜି ବ୍ୟସ୍ତ ହୋଇପଡୁଥିଲେ । ଅନେକ ଥର ଏପରି ହେବାପରେ ପିତା ଅନ୍ୟ ଉପାୟ ନ ପାଇ ଶେଷରେ
ଶିଶୁଟିର ସାର୍ଟରେ "ଯୋଶୀ ଶିକ୍ଷକଙ୍କ ପୁଅ " ବୋଲି ଲେଖି ଦେଇଥିଲେ । ଫଳରେ ଗାଁ
ଲୋକେ ପିଲାଟିକୁ ଶୋଇବା ଅବସ୍ଥାରେ ଦେଖିଲେ ବାପା ମାଅଙ୍କ ପାଖେ ଛାଡିଦେଉଥିଲେ ।.


0 Comments