ମାଧବୀ
ଦାସୀ
ମାଧବୀ
ଦାସୀ ବା ମାଧବୀ ଦେଈ (ଜନ୍ମନାମ : ମାଧବୀ ପଟ୍ଟନାୟକ) ଷୋଡ଼ଶ ଶତାବ୍ଦୀର ଭକ୍ତିମାର୍ଗର ଜଣେ କବି
ଓ ଓଡ଼ିଆ ଭାଷାର ସବୁଠୁଁ ପ୍ରାଚୀନତମ ମହିଳା କବି ଥିଲେ । ସେ ଓଡ଼ିଆ, ବଙ୍ଗାଳୀ ଓ ବ୍ରଜବୋଲି ଭାଷାଗୁଡ଼ିକରେ ବହୁ
ପଦ୍ୟ ରଚନା କରିଥିଲେ । ତାଙ୍କ ରଚନାଗୁଡ଼ିକ ମୁଖ୍ୟତଃ ଭକ୍ତିମୂଳକ ରଚନା ଓ ସେଗୁଡ଼ିକ
ଜଗନ୍ନାଥଙ୍କ ନିମନ୍ତେ ଲିଖିତ ।
ଜନ୍ମ
ଓ ଜୀବନ
ମାଧବୀ
ଦାସୀ ଷୋଡ଼ଶ ଶତାବ୍ଦୀର ପ୍ରଥମ ଭାଗରେ ପୁରୀର ବେଣ୍ଟପୁର ଗ୍ରାମରେ 'ମାଧବୀ ପଟ୍ଟନାୟକ' ଭାବେ ଏକ କରଣ ଘରେ ଜନ୍ମଗ୍ରହଣ କରିଥିଲେ ।
ସେ ଚୈତନ୍ୟଙ୍କ ପ୍ରସିଦ୍ଧ ସହଚର ରାୟ ରାମାନନ୍ଦ ପଟ୍ଟନାୟକଙ୍କ ଭଉଣୀ ଥିଲେ । ରାୟ ରାମାନନ୍ଦ
ପଟ୍ଟନାୟକ ତତ୍କାଳୀନ ଗଜପତି ପ୍ରତାପରୁଦ୍ର ଦେବଙ୍କ ସଭାରେ ମନ୍ତ୍ରୀ ଥିଲେ । ବାଲ୍ୟ କାଳରେ ସେ
ବିଧବା ହୋଇଥିବାରୁ ନିଜ ଭାଇଙ୍କ ସହ ରାୟ ରାମାନନ୍ଦଙ୍କଦ୍ୱାରା ପ୍ରତିପାଳିତ ହୋଇଥିଲେ । ତାଙ୍କ
ନିଜ ଭାଇଙ୍କ ନାମ ଶିଖି ମହାନ୍ତି ଥିଲା ।
ପରେ
ମାଧବୀ ଦାସୀ ଚୈତନ୍ୟଙ୍କ ଠାରୁ ବୈଷ୍ଣବ ଧର୍ମ ଦୀକ୍ଷା ଗ୍ରହଣ କରିଥିଲେ । ଚୈତନ୍ୟଙ୍କ ଅନ୍ୟ ଏକ
ଶିଷ୍ୟ ଛୋଟ ହରିଦାସଙ୍କ ସହ ସମ୍ପର୍କ ରଖିବାରୁ ସେ ସାମାଜିକ ଅପଖ୍ୟାତି ପାଇଥିଲେ । ଚେତାବନୀ
ପରେ ମଧ୍ୟ ମାଧବୀଙ୍କ ପାଖକୁ ବାରମ୍ବାର ଯିବାରୁ ହରିଦାସ ରାମାନନ୍ଦଙ୍କଠୁଁ ମାଡ଼ ଖାଇଥିଲେ । ଚୈତନ୍ୟ
ମହାପ୍ରଭୁ ଏହା ଜାଣିବା ପରେ ଉଭୟ ମାଧବୀ ଓ ହରିଦାସଙ୍କୁ ନିଜ ବୈଷ୍ଣବ ଧର୍ମରୁ ବାସନ୍ଦ କରିଥିଲେ
। ଏହା ପରେ କଳଙ୍କିତ ହୋଇ ହରିଦାସ ନିଜ ଜନ୍ମସ୍ଥାନ ବଙ୍ଗାଳ ଫେରିଯାଇ ସେଠାରେ ଗଙ୍ଗା ନଦୀରେ
ବୁଡ଼ି ଜୀବନ ତ୍ୟାଗ କରିଥିଲେ । କେତେଜଣ ଗବେଷକଙ୍କ ମତରେ ଏହା ଚୈତନ୍ୟ ଓ
ଅତିବଡ଼ି ଜଗନ୍ନାଥଙ୍କ ଦାସଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଓ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରେ
ଥିବା ଶତ୍ରୁତାର ସୂଚକ ।
ଧାର୍ମିକ
ବିଶ୍ୱାସ ଓ ବୈଷ୍ଣବ ଧର୍ମ ଦୀକ୍ଷା
ପିତୃସ୍ଥାନୀୟ
ଭବାନନ୍ଦ ରାୟଙ୍କ କହିବାରୁ ମାଧବୀ ଛୋଟବେଳୁଁ ଅନେକ ଧର୍ମଶାସ୍ତ୍ର ପଢ଼ିଥିଲେ । କିନ୍ତୁ ଗଭୀର
ଧର୍ମତତ୍ତ୍ୱ ଓ ଜଟିଳ ଚର୍ଚ୍ଚାରେ ତାଙ୍କ ମନ ଲାଗିନଥିଲା । ତାଙ୍କର ନିଜସ୍ୱ ଧର୍ମ ଥିଲା
ଜଗନ୍ନାଥଙ୍କ ପ୍ରତି ନିଃସ୍ୱାର୍ଥ ଭକ୍ତି, ଯାହା ତାଙ୍କ ରଚନାଗୁଡ଼ିକରେ ସ୍ପଷ୍ଟ ଭାବେ ଲକ୍ଷ୍ୟ କରାଯାଇପାରେ ।
ଚୈତନ୍ୟ
ମହାପ୍ରଭୁଙ୍କ ଓଡ଼ିଶାରେ ଆଗମନ ପରେ ରାଧାକୃଷ୍ଣ ପ୍ରେମ ତତ୍ତ୍ୱ ପ୍ରଚଳିତ ହେଲା । ଚୈତନ୍ୟ
ସନ୍ନ୍ୟାସୀ ହୋଇଥିବାରୁ ନାରୀ ମୁଖ ଦେଖୁନଥିଲେ । ହୋଇଥିବାରୁ ଚୈତନ୍ୟ ତାଙ୍କୁ ସମ୍ପୂର୍ଣ୍ଣ
ଶିଷ୍ୟା ଭାବେ ଗ୍ରହଣ କରିଲେ ନାହିଁ । ପରେ ଚୈତନ୍ୟ ମହାପ୍ରଭୁଙ୍କଦ୍ୱାରା ମାଧବୀ ନିଜ ଭାଇ
ଶିଖିଙ୍କ ସଙ୍ଗେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇଥିଲେ, କିନ୍ତୁ ନାରୀ ହୋଇଥିବାରୁ ସେ ଅର୍ଦ୍ଧ-ଶିଷ୍ୟା ବୋଲି ଗୃହୀତ ହେଲେ । ଏହି
କାରଣରୁ ବୈଷ୍ଣବ ଧର୍ମର ନାରୀ ବିରୋଧରେ ଏହି ଭାବନା ବିଷୟରେ ନିଜ ରଚନାରେ ଲେଖିଛନ୍ତି ଓ ସ୍ଥାନେ
ସ୍ଥାନେ ନିଜ ନାରୀ ଜନ୍ମକୁ ଧିକ୍କାର ମଧ୍ୟ କରିଛନ୍ତି । ଚୈତନ୍ୟଙ୍କ ସହ ସଂସ୍ପର୍ଶରେ
ଆସିବାଦ୍ୱାରା ତାଙ୍କର ମତବାଦ ଓ ଚର୍ଚ୍ଚା ରହିତ ସରଳ ଭକ୍ତିର ମାନସିକତା ଆହୁରି ଦୃଢ଼ ହୋଇଥିଲା
।
ବୈଷ୍ଣବ
ଧର୍ମରେ ଦୀକ୍ଷାଗ୍ରହଣ କରିବା ପରେ ପରେ ମାଧବୀ ନିଜ କରଣ କୁଳସଜ୍ଞା ପଟ୍ଟନାୟକ ସ୍ଥାନରେ ଦାସୀ
ପ୍ରୟୋଗ କରିଥିଲେ । ତାଙ୍କ ପ୍ରସିଦ୍ଧ ରଚନା 'କଲହ କରିୟା ଛଲା'ର
ଭଣିତା ପଦରେ ଅଛି-
“
ଅପରୂପ
ପ୍ରେମେ ବିଷାଦିତ ଅନ୍ତର
କହତହି
ମାଧବୀ ଦାସ ।
”
—ମାଧବୀ ଦାସୀ
ରଚନା
ମାଧବୀ
ଦାସୀଙ୍କ ରଚନା ଓଡ଼ିଆ, ବଙ୍ଗାଳୀ ଓ ବ୍ରଜବୋଲି - ଏହି ତିନିଗୋଟି
ଭାଷାରେ ପ୍ରାପ୍ତ ହୋଇଛି । ସେ ପଞ୍ଚସଖାଙ୍କ ସମସାମୟିକ ଥିଲେ ଓ ତାଙ୍କ କାଳରେ ଏମିତି ଏକାଧିକ
ଭାଷାରେ ରଚନା କରିବା ପ୍ରଚଳିତ ଥିଲା । ତାଙ୍କର ରଚନାଗୁଡ଼ିକ ମୁଖ୍ୟତଃ ଭକ୍ତିମାର୍ଗର ଧାରା ସହ
ସାମଞ୍ଜସ୍ୟ ଦେଖାଏ । ମୁଖ୍ୟତଃ ଜଗନ୍ନାଥଙ୍କୁ କେନ୍ଦ୍ରିତ କରି ସେ ଅନେକ ଜଣାଣ ଓ ଭଜନ ରଚନା
କରିଥିଲେ । ତାଙ୍କ କବିତାଗୁଡ଼ିକରୁ ପୁରାଣରେ ତାଙ୍କ ଦକ୍ଷତା ଦେଖିହୁଏ । ଏହା ଛଡ଼ା ସେ
କେତେଗୋଟି କୀର୍ତ୍ତନ ମଧ୍ୟ ରଚନା କରିଥିବା ଦେଖାଯାଏ । ତାଙ୍କର କେତୋଟି ବଙ୍ଗାଳୀ ରଚନା ପଦ
କଳ୍ପତରୁ ନାମକ ଗ୍ରନ୍ଥରେ ସ୍ଥାନିତ ହୋଇଛି । ତାଙ୍କ ରଚନାଗୁଡ଼ି ମୁଖ୍ୟତଃ ଅଲଗା ଅଲଗା
ସ୍ୱୟଂସମ୍ପୂର୍ଣ୍ଣ କ୍ଷୁଦ୍ରଗୀତ ଭାବେ ଦେଖାଯାଏ । ଏହା ଛଡ଼ା ତାଙ୍କ ଲିଖିତ କୌଣସି ସମ୍ପୂର୍ଣ୍ଣ
କାବ୍ୟ ବା ସଂକଳନ ଏଯାବତ୍ ମିଳିନାହିଁ ।
ଚୈତନ୍ୟ
ମହାପ୍ରଭୁଙ୍କ ଶିଷ୍ୟା ହୋଇଥିବାରୁ ମାଧବୀଙ୍କ ରଚନାରେ ତାଙ୍କ ବିଷୟରେ ଅନେକ ତଥ୍ୟ ମିଳେ । ସେ
ଚୈତନ୍ୟ ମହାପ୍ରଭୁଙ୍କୁ ଶ୍ରୀକୃଷ୍ଣଙ୍କ ମାନବ ଅବତାର ଭାବେ ଦେଖୁଥିଲେ ଏହାର ମଧ୍ୟ ପ୍ରମାଣ ମିଳେ
।
ସଙ୍ଗୀତ
ଦୃଷ୍ଟିରୁ ମାଧବୀଙ୍କ ରଚନାରେ ବରାଡ଼ି, ବିହଗଡ଼ା
ଇତ୍ଯାଦୀ ରାଗଗୁଡ଼ିକର ଉଲ୍ଲେଖ ରହିଛି ।
ଚକାନୟନ
ହେ ଜଗୁଜୀବନ ଶ୍ରୀହରି
ଶ୍ରୀନନ୍ଦନନ୍ଦନ
ସେ ଜଗବନ୍ଦନ
ରାଧାମାଧବ
ବିଳସଇ
କଳହ
କରିୟା ଛଳା

0 Comments