ରଘୁନାଥ
ପରିଚ୍ଛା
କବିଚନ୍ଦ୍ର
ରଘୁନାଥ ପରିଚ୍ଛା (୧୮୦୨-୭୨) ଓଡ଼ିଶାର ଜଣେ ପୁରାତନ କବି । ସେ ପାରଳାଖେମୁଣ୍ଡିରେ ଜନ୍ମିତ ।
ସେ ଗୋପୀନାଥ ମହାପ୍ରଭୁଙ୍କ ସମ୍ବନ୍ଧିତ ଅନେକ ଛାନ୍ଦ, କାବ୍ୟ ଲେଖି ଓଡ଼ିଶୀ ସଙ୍ଗୀତ, ନାଟକ ଓ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ରଘୁନାଥ ପରିଚ୍ଛା ପାରଳାଖେମୁଣ୍ଡିର
ଅନ୍ୟତମ ପ୍ରସିଦ୍ଧ କବି ଗୌରହରି ପରିଚ୍ଛାଙ୍କ ସମସାମୟିକ ଥିଲେ । ନିଜ କବିତ୍ୱ ଛଡ଼ା ଜ୍ୟୋତିଷ ଓ
ଗାୟକ ଭାବେ ସେ ଖ୍ୟାତି ଲାଭ କରିଥିଲେ ।
ଜୀବନ
ରଘୁନାଥ
ପରିଚ୍ଛା ପାରଳାଖେମୁଣ୍ଡିର କଟକିଆ ସାହିରେ ପିତା ଚନ୍ଦ୍ରଶେଖର ପରିଚ୍ଛା ଓ ମାତା ହାରାମଣୀଙ୍କ
ଔରସରୁ ପାରଳାଖେମୁଣ୍ଡିର ପ୍ରସିଦ୍ଧ 'ପରିଚ୍ଛା' ବଂଶରେ ଜନ୍ମଗ୍ରହଣ କରିଥିଲେ । ରଘୁନାଥ ୧୮୬୮
ମସିହାରେ ଶ୍ରୀ ଗୋପୀନାଥ ବଲ୍ଲଭ ନାଟକ ରଚନା କରିଥିଲେ । ଏହା ଏକ ଉଚ୍ଚାଙ୍ଗ ନାଟକ ହେବା ସଙ୍ଗେ
ସଙ୍ଗେ ଓଡ଼ିଆ ଭାଷାର ପ୍ରଥମ ନାଟକ । ଏହି ଶ୍ରୀ ଗୋପୀନାଥ ବଲ୍ଲଭ ନାଟକର ପ୍ରଭାବ ଗୌରହରିଙ୍କ
ରଚିତ ପ୍ରହ୍ଲାଦ ନାଟକରେ ଲକ୍ଷ୍ୟ କରାଯାଏ । ତାଙ୍କ ପୂର୍ବ ପୁରୁଷ ଲିହୁରି ଗୋପୀନାଥ ମନ୍ଦିରରେ
ରାଜ ନିଯୋଗରେ ଯୋଗ୍ୟତା ହାସଲ କରି ପରିକ୍ଷା ଶାଢି ପାଇଥିବା ଶୁଣାଯାଏ । ସେଥି ନିମନ୍ତେ ସେମାନେ
ପଣ୍ଡାରୁ ପରିଚ୍ଛା ବୋଲାଇଲେ । ପରିଚ୍ଛା ଶବ୍ଦଟି ପରୀକ୍ଷା ଶବ୍ଦର ଅପଭ୍ରଂଶ ମାତ୍ର ।
ମହାରାଜଙ୍କ ଠାରୁ ବ୍ରାହ୍ମଣ କୁଳର ସଭାପତି ରୁପେ ନିଯୁକ୍ତି ପାଇଥିଲେ ।
ପରଳା
ଗୁଣ୍ଡିଚା ଯାତ୍ରାରେ ସେ ଶାସନୀ ବ୍ରାହ୍ମଣମାନଙ୍କୁ ଘିଅ ପରଷୁଥିଲେ । ଏହା ପାରଳାର ରଜାରାଜୁଡ଼ା
ଅମଳର ପ୍ରଚଳିତ ପ୍ରଥା ଥିଲା । ରଘୁନାଥଙ୍କ ପୂର୍ବଜ ବକ୍ରେଶ୍ୱର ପଣ୍ଡିତ ପାରଳାର ଏକ ଜଣାଶୁଣା
କବି ଥିଲେ । ଲିହୁରି ଗୋପୀନାଥ ଜୀଉ ତାଙ୍କର କୁଳଦେବତା ଥିଲେ ଓ ସେ ସେଠାରେ ନୀଳସରସ୍ୱତୀ
ମନ୍ତ୍ର ସାଧନା କରିଥିଲେ । ଏହି ତଥ୍ୟ ତାଙ୍କଦ୍ୱାରା ଲିଖିତ 'ରାଧାମାଧାବ ବିଳାସ'ର ସପ୍ତମ ପୃଷ୍ଠାରେ ଲିଖିତ ।
ଉପାଧି
ପୁରୀ
ମୁକ୍ତିମଣ୍ଡପରେ ରଘୁନାଥ କବିଚନ୍ଦ୍ର ଉପାଧି ପାଇଥିଲେ । ସେ ସେଠାରେ ନିଜା ପ୍ରଗାଢ଼ ଜ୍ଞାନର
ପରିଚୟ ଦେଇ କିଛି ଗୀତ ଗାଇଥିଲେ । ଏଥି ମଧ୍ୟରୁ ଗୋଟିଏ ଗୀତ ପ୍ରଭାତ ଅବକାଶରେ ବୋଲାଯାଏ ।
ଉପାଧି ପ୍ରାପ୍ତ ହେବା ୧୮୩୮ ଦିନ ସେ ଗୌରୀଶଙ୍କର ରାୟଙ୍କ ସହ ଦେଖା ହୋଇଥିଲେ, ଯେ ତାଙ୍କୁ କଟକ ଡାକି ଅଭ୍ୟର୍ଥନା ଜଣାଇଥିଲେ
।
ରଚନା
କବିଚନ୍ଦ୍ରଙ୍କ
ଅଧିକାଂଶ ଗ୍ରନ୍ଥ ଓଡ଼ିଆ ଭାଷାରେ ରଚିତ । ଏହି ପ୍ରକାଶିତ ଗ୍ରନ୍ଥଗୁଡ଼ିକ ହେଲା-
ଲକ୍ଷଣଚନ୍ଦ୍ରୋଦୟ, ରାଧାମାଧବ ବିଳାସ, ସଙ୍ଗୀତ ରାମାୟଣ, ରାଧାକୃଷ୍ଣ ଲୀଳା,ତାଳ ସର୍ବସାର ଓ ଗ୍ରନ୍ଥୋଦୟ । ଏହାଙ୍କ
ଅଧିକାଂଶ ରଚନା ଅପ୍ରକାଶିତ ଯଥା: ସଙ୍ଗୀତ ରାମଲୀଳା, ସଙ୍ଗୀତ କୃଷ୍ଣଲୀଳା, ସଙ୍ଗୀତ
ରତ୍ନାକର, ବାସୁଦେବ ନାଟକ, କୃଷ୍ଣ ଛାନ୍ଦ, ରାମ ଓ ମୁକତା ନାଟିକା ।
ଲକ୍ଷଣ
ଚନ୍ଦ୍ରୋଦୟ
ରଘୁନାଥଙ୍କର
ପ୍ରମୁଖ ଏକ କୃତି ହେଲା ଲକ୍ଷଣ ଚନ୍ଦ୍ରୋଦୟ ଗ୍ରନ୍ଥ । ଏହି ଗ୍ରନ୍ଥରେ କାବ୍ୟ ଓ ସଙ୍ଗୀତର
ସୂକ୍ଷ୍ମ ଲକ୍ଷଣଗୁଡ଼ିକ ବର୍ଣ୍ଣିତ । ଯାହା ଲିପି, ପ୍ରାସାନୁପ୍ରାସ, ବିଶ୍ରାମ
ଯତି, ଗଦ୍ୟପଦ୍ୟ, ଛାନ୍ଦ, ନାଦ, ଶ୍ରୁତି, ରାଗ, ଅଳଙ୍କାର ଇତ୍ୟାଦି ଅନେକ ବିଷୟରେ ଗଠିତ ।
ଏହା ୧୯୫୭ରେ ଓଡ଼ିଶା ସାହିତ୍ୟା ଏକାଡେମୀ ପକ୍ଷରୁ ପ୍ରକାଶିତ ହୋଇଥିଲା ।
ଶ୍ରୀ
ଗୋପୀନାଥ ବଲ୍ଲଭ
୧୮୬୮
ମସିହାରେ କବି ଏହି ନାଟକ ଲେଖିଥିଲେ । ଏହାକୁ ପ୍ରମାଣ କରି ଆପନ୍ନା ପଣ୍ଡାଙ୍କ 'କବି ଜୀବନି'ରେ ପ୍ରଥମ ନାଟକର ପ୍ରଶଂସା କରିଛନ୍ତି । ଏହା
ପରେ କଟକର ଜଗମୋହନ ଲାଲ ବାବାଜୀ ନାଟକ ୧୮୭୭ରେ ଲେଖିଥିଲେ । ଗୋପୀନାଥ ବଲ୍ଲଭ ନାଟକ ଲିହୁରି
ଗୋପୀନାଥଙ୍କୁ ସମର୍ପିତ ଥିଲା ।
ମୁକ୍ତା
ନାଟିକା
୪୩
ଛାନ୍ଦରେ ରଚିତ ଗ୍ରନ୍ଥ । ଅପ୍ରକାଶିତ ।
ରାଧା
ମାଧବ ବିଳାସ
ରାଧାକୃଷ୍ଣ
ଯୁଗଳ ରାସଲୀଳା ଆଧାରିତ କାବ୍ୟ । ୧୯୫୭ରେ ପ୍ରକାଶିତ ।

0 Comments