ବଳଦେବ
ରଥ
ବଳଦେବ
ରଥ (୧୭୮୯ - ୧୮୪୫) ଗଞ୍ଜାମ ଜିଲ୍ଲାର ଜଣେ ଓଡ଼ିଆ ରୀତି ଯୁଗର କବି । ସେ କବିସୂର୍ଯ୍ୟ ଭାବେ
ପରିଚିତ । ଏକାଧାରରେ ଜଣେ କବି ଓ ସଙ୍ଗୀତକାର ଭାବରେ କବିତା, ଚମ୍ପୂ ଆଦିର ରଚନା କରି ସ୍ୱରସଂଯୋଜନା କରିଥିଲେ । ଗଞ୍ଜାମ ଜିଲ୍ଲାର ଢୁମ୍ପା
ସଙ୍ଗୀତକୁ କବିସୂର୍ଯ୍ୟ ଆରମ୍ଭ କରିଥିଲେ ଓ ଗୀତ ରଚନା କରିଥିଲେ । ୧୮୪୫ ମସିହାରେ ବସନ୍ତ ରୋଗରେ
ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
ଜୀବନ
ବଳଦେବଙ୍କ
ପିତା ଉଜ୍ଜ୍ୱଳ ରଥ ପୁରୀ ଜିଲ୍ଲାର ମଣିପୁର ଶାସନରୁ ଆସି ବଡ଼ଖେମୁଣ୍ଡି ଗଡ଼ରେ ବସବାସ କରିଥିଲେ
। ସେ ୧୭୮୯ ଖ୍ରୀ.ଅ.ରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବଡ଼ଖେମୁଣ୍ଡି ଗଡ଼ରେ ଜନ୍ମ ନେଇଥିଲ ।
ସାନବେଳେ ପିତାଙ୍କଠାରୁ ସେ ସଂସ୍କୃତ ଶିକ୍ଷା କରିଥିଲେ; ମାତ୍ର ଦଶବର୍ଷ ବୟସରେ ତାହାଙ୍କର ମାଆଙ୍କ ଦେହାନ୍ତ ଘଟିବାରୁ ତାଙ୍କୁ ଅଜା
ତ୍ରିପୁରାରି ହୋତାଙ୍କ (କେତେକଙ୍କ ମତରେ ଓତା) ଯତ୍ନରେ ରହି ବିଦ୍ୟା ଶିକ୍ଷା କରିବାକୁ ହୋଇଥିଲା
। ଶ୍ରୀଜଗନ୍ନାଥଙ୍କ ଦର୍ଶନ ଉଦ୍ଦେଶ୍ୟରେ ପୁରୀ ଯାଇ ସେ ଆପଣାର କବିପ୍ରତିଭା ଲାଗି ପୁରୀର ଗଜପତି
ରାଜା ମୁକୁନ୍ଦଦେବଙ୍କ ଠାରୁ 'କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର' ଉପାଧି ପାଇଥିଲେ । କବିସୂର୍ଯ୍ୟ ବଳଦେବ ରଥଙ୍କ ବିଷୟରେ ଅନ୍ୟ ଏକ ମଧୁର
କିମ୍ବଦନ୍ତୀ ରହିଛି ଏବଂ ତା ହେଉଛି ସେ ଠାକୁରାଣୀ ଭୂବନେଶ୍ୱରୀଙ୍କ କ୍ଷୀର ପାନ କରିବା କଥା ।
ଆଉ ଯାହା ବିଶ୍ୱାସ କରାଯାଏ ଯେ,
ବଳଦେବ ମାଙ୍କ କ୍ଷୀର ପାନ କରି ଅଲୌକିକ ଜ୍ଞାନ
ଓ ଅସାଧାରଣ ପାଣ୍ଡିତ୍ୟର ପରିଚୟ ବହନ କରିଥିଲେ । ଲୋକକଥା ଅନୁଯାୟୀ ତାଙ୍କୁ ଯେତେବେଳେ ମାତ୍ର
୧୦ ବର୍ଷ ହୋଇଥିଲା ତାଙ୍କ ମା ପରଲୋକ ଗମନ କରିଥିଲେ । ମା'ଙ୍କ ଦେହାନ୍ତ ଖବର ଶୁଣି ଯେତେବେଳେ ଏକାକୀ ଅନୁଭବ କରୁଥୁଲେ ତାଙ୍କ ଅଜା
ତ୍ରୀପୁରାରି ଓତା ତାଙ୍କର ସବୁ ଲାଳନପାଳନର ଦାୟିତ୍ୱ ନେଇଥିଲେ । ଏଇଠାରୁ ବଳଦେବ କବିତା ରଚନା
କରି ବନଜଙ୍ଗଲର ପଶୁପକ୍ଷୀଙ୍କୁ ମଧ୍ୟ ନିଜ ଆଡ଼କୁ ଆକର୍ଷିତ କରିପାରୁଥିଲେ ।
ରଚନାରେ
ଭାଷା
କବିସୂର୍ଯ୍ୟଙ୍କ
ରଚନାରେ ଦେଶଜ ଓଡ଼ିଆ ଶବ୍ଦ ସହ ବୈଦେଶିକ ଶବ୍ଦର ସୁନ୍ଦର ପ୍ରୟୋଗ ଦେଖାଯାଏ ।
ଦେଶଜ ଭାଷା ମଧ୍ୟରେ ଗୋଳିଆ, ଚିନାଏ, ଚିରାମରା, ଟାକର, ଟାକିଛି, ଠୋକରି, ଠଣାଠୁଙ୍କି, ଲସାଇ, ସୁସାର, ଆଡ଼ରୁଷା, ନିକୁଞ୍ଜ ଦଉଡ଼,
ପାଦ ଫାଟିଯିବା ଇତ୍ୟାଦି ବ୍ଯବହୃତ ହୋଇଛି ।
ଅପର ପକ୍ଷରେ ଦରଦ, ମରଜି, ଦିବାଲା, ଧମକାଇଲା, ଫତୁରିଖୋର, ଆଖର, ଫୁକାରା, ଫତୁଆ, ଫରିଆଦ, ଫଜିତ, ଫରମାସ ଇତ୍ୟାଦି ବୈଦେଶିକ ବ ଯାବନିକ ଶବ୍ଦ ମଧ୍ୟ ପରିଦୃଷ୍ଟ ହୁଏ ।
ରଚନାବଳୀ
ଜଣାଣ
ଓ କ୍ଷୁଦ୍ରଗୀତି
କାହାକୁ
କହିବା
ଗୋ
ରସନାଟି
ସର୍ପ
ଜଣାଣ (ବାଧିଲା ଜାଣି କ୍ଷମା)
କ୍ଷୀରମୟସିନ୍ଧୁ
ଜେମା ଜୀବବନ୍ଧୁ
କାବ୍ୟ
ଚନ୍ଦ୍ରକଳା
(ଅସମ୍ପୂର୍ଣ୍ଣ)
ଚମ୍ପୂ
ରତ୍ନାକର
ଚମ୍ପୂ
କିଶୋରଚନ୍ଦ୍ରାନନ୍ଦ
ଚମ୍ପୂ
ପ୍ରେମୋଦୟ
ଚମ୍ପୂ
ଗଦ୍ୟ
ରଚନା
ହାସ୍ୟକଲ୍ଲୋଳ


0 Comments