ଚିନ୍ତାମଣି
ମହାନ୍ତି
ଚିନ୍ତାମଣି
ମହାନ୍ତି ୧୬ ମାର୍ଚ୍ଚ ୧୮୬୭ ମସିହାରେ ଭଦ୍ରକ ଜିଲ୍ଲାର ନିକଟସ୍ଥ ଅସ୍ତଳଠାରେ ଜନ୍ମ ଗ୍ରହଣ
କରିଥିଲେ । ୧୮୮୪ ମସିହାରୁ ୧୯୦୩ ମସିହା ପର୍ଯ୍ୟନ୍ତ ଶିକ୍ଷକତା କରିଥିଲେ । ୧୯୦୩ ମସିହାରେ
ଶିକ୍ଷକତା ଛାଡି ହିତବାଦିନୀ,
ଉତ୍କଳବାସୀ, ସ୍ୱଦେଶ ଲକ୍ଷ୍ମୀ, ମନୋରମା ଓ ଜ୍ଞାନଦର୍ପଣ ପ୍ରଭୃତି
ପତ୍ରପତ୍ରିକାର ସମ୍ପାଦନା ଦାୟିତ୍ୱ ବହନ କରିଥିଲେ । କବି ଚିନ୍ତାମଣି ନିଜ ଜୀବନକାଳ ମଧ୍ୟରେ
ଅଠଚାଳିଶ ଖଣ୍ଡ କାବ୍ୟ, ପାଞ୍ଚଟି ଉପନ୍ୟାସ ଓ ତିନୋଟି ଦୀର୍ଘ ଗଳ୍ପ
ରଚନା କରିଥିଲେ । ୧୯୩୫ ମସିହାରେ ମହାରାଜା ବିକ୍ରମଦେବ ବର୍ମାଙ୍କ ଉଦ୍ୟମରେ ଆନ୍ଧ୍ର ଗବେଷଣା
ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ 'କବିଶେଖର' ଉପାଧି ମିଳିଥିଲା । ସେ ୧୭ ଡିସେମ୍ବର ୧୯୪୩ ମସିହାରେ ଦେହତ୍ୟାଗ କରିଥିଲେ ।
ରଚନାବଳୀ
- ଜୀବନ ପଞ୍ଜିକା (ଆତ୍ମଜୀବନୀ)
- ବିବିଧ ସନ୍ଦର୍ଭ
- କାବ୍ୟ
- ଘୁମୁସର
- ଉତ୍କଳ କମଳା
- ମହେନ୍ଦ୍ର
- ସାଳନ୍ଦି
- ମେଘାସନ
- ସୁରଙ୍ଗୀ
- ଗଞ୍ଜାମ ଭ୍ରମଣ
- ଜୟପୁର

0 Comments