ସାଧାରଣତନ୍ତ୍ର ଦିବସ


ସାଧାରଣତନ୍ତ୍ର ଦିବସ

୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ ।

ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟ ମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି ।

ଭାରତୀୟ ସେନା (ନୋସେନା, ସ୍ଥଳସେନା, ବାୟୁସେନା) ଓ ଅଶ୍ୱାରୋହୀ, ପଦାତିକ ଆଦି ବାହିନୀ ସେମାନଙ୍କର ଶୋଭାଯାତ୍ରାରେ ବାହାରିଥାଆନ୍ତି । ଏଥି ସହିତ ଭାରତର ବିଭିନ୍ନ ସାଂସ୍କୃତିକ ଝଲକ ବିଭିନ୍ନ ରାଜ୍ୟରୁ ଆସିଥିବା ଦଳମାନେ ପ୍ରସ୍ତୁତ କରିଥାନ୍ତି ।

ଏହି ପର୍ବ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଆୟୋଜିତ ହୋଇଥାଏ ଓ ସେଠାକାର ରାଜ୍ୟପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥାନ୍ତି ।



ସଭାପତି ରାଜେନ୍ଦ୍ର ପ୍ରସାଦ (ଘୋଡ଼ାଗାଡ଼ିରେ) ନୂଆଦିଲ୍ଲୀ ରାଜପଥରେ ପ୍ରଥମ ସାଧାରଣତନ୍ତ୍ର ଦିବସରେ (୧୯୫୦) ଭାଗ ନେବାକୁ ଯାଉଛନ୍ତି ।


ସାଧାରଣତନ୍ତ୍ର ଦିବସ ଭାରତବର୍ଷର ଏକ ରାଷ୍ଟ୍ରିୟ ପର୍ବ ଏଟେ ଯାହାକି ପ୍ରତିବର୍ଷ ଜାନୁଆରୀ ୨୬ ତାରିଖ ଦିନ ପାଳନକରାଯାଏ | ଏହି ଦିନ ୧୯୫୦ ମସିହାରେ ଭାରତ ସରକାର ଅଧିନିୟମ (Act 1935) କୁ ହଟାଇ ଭାରତର ସମ୍ୱିଧାନ ଲାଗୁକରାଯାଇଥିଲା | ଗୋଟିଏ ସ୍ୱତନ୍ତ୍ର ଗଣରାଜ୍ୟ ଓ ଦେଶର ଶାସନ ପାଇଁ ନିୟମ ସ୍ଥାପନ କରିବାପାଇଁ ଭାରତର ସମ୍ୱିଧାନକୁ ନଭେମ୍ୱର ୨୬, ୧୯୪୯ ମସିହାରେ ଭାରତୀୟ ସମ୍ୱିଧାନ ସଭା ଦ୍ୱାରା ଗ୍ରହଣ କଋଆଗଲା ଓ ଜାନୁଆରୀ ୨୬, ୧୯୫୦ ମସିହାରେ ଏକ ଲୋକତାନ୍ତ୍ରିକ ପ୍ରଣାଳୀ ସହିତ ଲାଗୁକରାଗଲା | ଜାନୁଆରୀ ୨୬ ତାରିଖକୁ ଏଇଥିପାଇଁ ବଛାଗଲା କାରଣ ୧୯୩୦ ମସିହା, ଜାନୁଆରୀ ୨୬ ତାରିଖ ଦିନ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟି ଭାରତବର୍ଷକୁ ନିଜେ ସଂପୂର୍ଣ୍ଣ ସ୍ୱରାଜ ଘୋଷଣା କରିଥିଲା |

୧୯୨୯ ମସିହା ସେପ୍ଟେମ୍ବର ମାସ ଲାହରରେ ପଣ୍ଡିତ ଜବାହରଲାଲ୍ ନେହେରୁଙ୍କ ଅଧ୍ୟକତାରେ ଭାରତୀୟ ଜାତୀୟ କଂଗ୍ରେସର ଅଧିବେଶନ ହୋଇଥିଲା | ଏଠାରେ ଏକ ପ୍ରସ୍ତାବ ପ୍ରଣୀତ ହୋଇଥିଲା କି, ଯଦି ୧୯୩୦, ଜାନୁଆରୀ ୨୬ ତାରିଖ ସୁଦ୍ଧା ଭାରତକୁ ଶାସନାଧିକାର ସତ୍ତା ପଦ ପ୍ରଦାନ ନ କଲେ ଭାରତ ନିଜକୁ ନିଜେ ପୂର୍ଣ୍ଣ ସ୍ୱତନ୍ତ୍ରତା ଘୋଷଣା କରିବ | ଇଂରେଜ ସରକାର ଏ କଥାରେ ରାଜି ନ ହେବାରୁ ଶେଷରେ ଭାରତବର୍ଷ ନିଜକୁ ପୂର୍ଣ୍ଣ ସ୍ୱତନ୍ତ୍ରତା ଘୋଷଣା କଲା | ଏହି ଦିନଠାରୁ ୧୯୪୭ ମସିହା ପର୍ଯ୍ୟନ୍ତ ଜାନୁଆରୀ ୨୬ ତାରିଖକୁ ସ୍ୱତନ୍ତ୍ରତା ଦିବସ ପାଳନ କରିଆସୁଥିଲା |

ଭାରତବର୍ଷ ୧୯୪୭, ଅଗଷ୍ଟ ୧୫ ତାରିଖରୁ ସ୍ୱାଧୀନ ହେବାପରେ ସମ୍ୱିଧାନ ସଭା ଘୋଷଣା ହେଲା | ସମ୍ୱିଧାନ ସଭାପାଇଁ ନିର୍ବାଚିତ ସଦସ୍ୟ ଗୁଡିକ ହେଲେ – ଡ. ଭୀମରାଓ ଆମ୍ୱେଦକର, ଜବାହରଲାଲ ନେହେରୁ, ଡ. ରାଜେନ୍ଦ୍ର ପ୍ରସାଦ, ସର୍ଦ୍ଦାର ବଲ୍ଲବଭାଇଅ ପଟେଲ୍, ମୌଲାନା ଅବଦୁଲ୍ କାଲାମ୍ ଆଜାଦ୍ ଇତ୍ୟାଦି |

ସମ୍ୱିଧାନ ନିର୍ମାଣ ପାଇଁ ମୋଟ୍ ୨୨ଟି ସମିତି ଭାଗ ନେଇଥିଲେ କିନ୍ତୁ ଡ୍ରାପଟିଙ୍ଗ୍ କମିଟି ସବୁଠାରୁ ପ୍ରମୁଖ ଓ ମହର୍ତ୍ତପୂର୍ଣ୍ଣ କମିଟି ଥିଲା କାରଣ ଏହି କମିଟିର କାର୍ଯ୍ୟ ସମ୍ୱିଧାନ ଲେଖିବା ଓ ନିର୍ମାଣ କରିବାର ଥିଲା | ଡ୍ରାପଟିଙ୍ଗ୍ କମିଟିର ମୂଖ୍ୟ ଥିଲେ ଡ. ଭୀମରାଓ ଆମ୍ୱେଦକର | ସେ ସମ୍ୱିଧାନକୁ ୨ ବର୍ଷ, ୧୧ ମାସ ଓ ୧୮ ଦିନରେ ନିର୍ମାଣ କଲେ ଓ ସମ୍ୱିଧାନ ସଭାର ୧୯୪୯, ନଭେମ୍ୱର ୨୬ ତାରିଖରେ ଡ. ରାଜେନ୍ଦ୍ର ପ୍ରସାଦ ଏହି ସମ୍ୱିଧାନକୁ ଆଗତ କଲେ | ତେଣୁ ନଭେମ୍ୱର ୨୬ ତାରିଖକୁ ସମ୍ୱିଧାନ ଦିବସରୂପେ ପ୍ରତିବର୍ଷ ପାଳନ କରାଯାଏ | ସମ୍ୱିଧାନ ସଭାରେ ସମ୍ୱିଧାନକୁ ନେଇ ମୋଟ୍ ୧୧୪ ଦିନ ବୈଠକ ବସିଥିଲା | ଏହି ବୈଠକରେ ପ୍ରେସ୍ ଓ ସାଧାରଣ ଜନତା ଭାଗ ନେଇଥିଲେ | ଅନେକ କିଛି ସୁଧାର ଓ ପରିବର୍ତ୍ତନ କରି ସଭାରେ ୩୦୮ ଜଣ ସଦସ୍ୟ ୧୯୫୦, ଜାନୁଆରୀ ୨୪ ତାରିଖରେ ହସ୍ତାକ୍ଷର କଲେ | ଏହାର ୨ ଦିନପରେ ଅର୍ଥାତ୍ ଜାନୁଆରୀ ୨୬ ତାରିଖରେ ଏହି ସମ୍ୱିଧାନକୁ ଦେଶସାରା ଲାଗୁ କରାଗଲା | ଜାନୁଆରୀ ୨୬ର ମହର୍ତ୍ତକୁ ମନେରଖିବା ପାଇଁ ସମ୍ୱିଧାନ ସଭାଦ୍ୱାରା ଏହି ଦିନକୁ ଗଣତନ୍ତ୍ର ବା ସାଧାରଣତନ୍ତ୍ର ଦିବସ ରୂପେ ମାନ୍ୟତା ଦିଆହୋଇଛି |


Post a Comment

0 Comments