ଆଚାର୍ଯ୍ୟ
ହରିହର
ଆଚାର୍ଯ୍ୟ
ହରିହର (୮ ମାର୍ଚ୍ଚ ୧୮୭୯ -୨୧ ଫେବୃଆରୀ ୧୯୭୧)ଓଡ଼ିଶାରେ ଜନ୍ମିତ ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷକ ଓ ସମାଜସେବୀ ଥିଲେ । ସତ୍ୟବାଦୀ
ବନବିଦ୍ୟାଳୟର ଶିକ୍ଷକ ରୂପେ ସତ୍ୟବାଦୀର ସାହିତ୍ୟ-କର୍ମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରିଥିଲେ
। ସେ ଭଗବତ ଗୀତାର ଅନୁବାଦ ଓ ପିଲାଙ୍କ ବ୍ୟାକରଣ ପ୍ରଭୃତି ରଚନା କରିଥିଲେ ।
ଜନ୍ମ
ଓ ବାଲ୍ୟଜୀବନ
ଆଚାର୍ଯ୍ୟ
ହରିହରଙ୍କ ଜନ୍ମ ଖ୍ରୀ. ଅ. ୧୮୭୯ରେ ସାକ୍ଷୀଗୋପାଳ ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁରରେ ହୋଇଥିଲା ।
ତାଙ୍କ ମାତାଙ୍କ ନାମ ଶ୍ରଦ୍ଧାଦେବୀ ଓ ପିତାଙ୍କ ନାମ ମହାଦେବ ବ୍ରହ୍ମା ଥିଲା । ତାଙ୍କର ବାଲ୍ୟ
ଶିକ୍ଷା ଗାଁ ଚାହାଳୀରେ ହୋଇଥିଲା ଓ ପରେ ସେ ପୁରୀ ଜିଲ୍ଲା ସ୍କୁଲରେ ଯୋଗଦାନ କରିଥିଲେ ।
ରେଭେନ୍ସା କଲେଜରୁ ଏଫ ଏ ପାସ କଲା ପରେ ସେ ଆଇନ ଶିକ୍ଷା ପାଇଁ କଲିକତା ଯାଇଥିଲେ । ଉତ୍କଳମଣି
ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ ପ୍ରଭୁତି ତାଙ୍କର ଛୋଟ
ବେଳର ବନ୍ଧୁ ଥିଲେ ।


0 Comments