ଚାଖି
ଖୁଣ୍ଟିଆ
ଜନ୍ମ
ଓ ଜନ୍ମସ୍ଥାନ: ଚନ୍ଦନ ହଜୁରୀ
ଶାମ୍ବ ଦଶମୀ, ୧୮୨୭
ହରଚଣ୍ଡୀ ସାହି, ପୁରୀ, ପୁରୀ
ମୃତ୍ୟୁ: ୧୮୭୦
ପୁରୀ
ଜାତୀୟତା: ଭାରତୀୟ
ପ୍ରସିଦ୍ଧି: ସ୍ୱାଧୀନତା
ସଂଗ୍ରାମୀ,
ଜୀବନସାଥି: ସୁନ୍ଦରମଣୀ
ବାପା
ବୋଉ: ଭୀମସେନ ହଜୁରୀ (ରଘୁନାଥ ଖୁଣ୍ଟିଆ),
କମଳାବତୀ ଦେବୀ
ଚାଖି
ଖୁଣ୍ଟିଆ (୧୮୨୭ - ୧୮୭୦) ଓଡ଼ିଶାର ପୁରୀରେ ଜନ୍ମିତ ଜନୈକ ବଳଶାଳୀ ସ୍ୱାଧୀନଚେତା
ବ୍ରାହ୍ମଣସେବକ । ସେ ୧୮୨୭ ମସିହା ଶାମ୍ବ ଦଶମୀ ଦିନ ଜନ୍ମ ଗ୍ରହଣ କରିଥିଲେ । ଖୁଣ୍ଟିଆଙ୍କର
ଶାରୀରିକ ବଳ ଅସାଧାରଣ ଥିଲା । ସେ ନେପାଳୀମାନଙ୍କ ପଣ୍ଡା ଥିଲେ ୧୮୫୭ ମସିହାରେ ଭାରତର ସିପାହୀ
ବିଦ୍ରୋହବେଳେ ଏ ଉତ୍ତରପଶ୍ଚିମାଞ୍ଚଳର ହିନ୍ଦୁ ନେପାଳୀ ସୈନ୍ୟଙ୍କୁ ଇଂରେଜମାନଙ୍କ ବିପକ୍ଷରେ
ଉତ୍ତେଜିତ କରି ଥିଲେ । ଏ ଶେଷକୁ ଧରାପଡ଼ି ଦଣ୍ଡ ପାଇଥିଲେ ।
ପ୍ରାରମ୍ଭିକ
ଜୀବନ
ଖୁଣ୍ଟିଆ
୧୮୨୭ ମସିହା ଶାମ୍ବ ଦଶମୀ ତିଥିରେ ପୁରୀର ହରଚଣ୍ଡୀ ସାହିରେ ପିତା ରଘୁନାଥ ଖୁଣ୍ଟିଆ (ଭୀମସେନ
ହଜୁରୀ)ଙ୍କ ଔରସ୍ୟରୁ ଓ ମାତା କମଳାବତୀ ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ରଘୁନାଥ ଖୁଣ୍ଟିଆ
ଜଗନ୍ନାଥଙ୍କର ଅଙ୍ଗଲାଗି ସେବକ ଥିଲେ । ସେବା ଛଡ଼ା ସେ ପୁରୀକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ
ଗୁମାସ୍ତାଗିରି କରୁଥିଲେ । ଯାତ୍ରୀ ବ୍ୟବସାୟରେ ସେ ଉତ୍ତର ଓ ପଶ୍ଚିମ ଅନେକ ଅଞ୍ଚଳ ଯାଉଥିଲେ ।
ତାଙ୍କ ସମୟରେ "ବିଠୁର" (ବର୍ତ୍ତମାନର ଉତ୍ତର ପ୍ରଦେଶ) ମଧ୍ୟ ଥିଲା ତାଙ୍କ ଯିବା
ଆସିବା ଅଞ୍ଚଳ । ସେ ଓଡ଼ିଶା ବାହାରୁ ଆସୁଥିବା ଯାତ୍ରୀଙ୍କର ଜଗନ୍ନାଥ ଦର୍ଶନ ଓ ରହିବାର ସେ
ବନ୍ଦୋଅବସ୍ତ କରୁଥିଲେ । ତାଙ୍କର ଗସ୍ତ ସମୟରେ ସେ ବାଜିରାଓ ପରି ପ୍ରମୁଖ ମାନ୍ୟଗଣ୍ୟ ଲୋକଙ୍କ
ସହ ପରିଚିତ ଥିଲେ ।
ଜନ୍ମ
ସମ୍ବନ୍ଧିତ କିମ୍ବଦନ୍ତୀ
କିମ୍ବଦନ୍ତୀ
ରହିଛି ଯେ ଭୀମସେନଙ୍କର ବଂଶରକ୍ଷା ପାଇଁ ସନ୍ତାନଟିଏ ନ ଥିବାରୁ ପତ୍ନୀ କମଳାବତୀ ବହୁତ ବ୍ରତ
ମାନସିକ କରୁଥିଲେ । ଶେଷରେ ୧୮୨୭ ମସିହା କାର୍ତ୍ତିକ ମାସ ଶୁକ୍ଳପକ୍ଷ ବଡ଼ ଏକାଦଶୀ ଦିନ ଭୀମସେନ
ଜଗନ୍ନାଥଙ୍କର ଚନ୍ଦନ ବେଶରେ ବ୍ୟସ୍ତ ଥିବା ବେଳେ ଖବର ପାଇଲେ ଯେ ତାଙ୍କର ପୁଅଟିଏ ହୋଇଛି ବୋଲି
। ସେଥି ଲାଗି ପୁଅଟିର ନା ରଖିଲେ ଚନ୍ଦନ । ବୃଦ୍ଧ ବୟସରେ ଚନ୍ଦନ ଏକମାତ୍ର ସନ୍ତାନ ହୋଇଥିବାରୁ
ଚନ୍ଦନ ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ଲାଭ କରି ତେଣୁ ବହୁତ ଦୁଷ୍ଟ ହେଲେ । ଛୁରୀ ପରି ତୀକ୍ଷ୍ଣ
ହୋଇଥିବାରୁ ଛୁଆଟିକୁ କିଛି ଲୋକ ଛାଖୁ ବା ଚାଖି ଡାକିଲେ । ପରବର୍ତ୍ତୀ ସମୟରେ ସେ ନାମ ହୋଇଗଲା
ଚାଖି ବା ଚାଖି ଖୁଣ୍ଟିଆ ।

0 Comments