ଜବାହରଲାଲ
ନେହେରୁ
ଜବାହରଲାଲ
ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା
ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ
ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ
କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା
ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ
ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ
ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।
ପିଲାଦିନ
ଜବାହରଲାଲ
ନେହେରୁ ଉତ୍ତର ପ୍ରଦେଶର ଆଲ୍ହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା
ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ(୧୮୬୧-1931) ସେ ଜଣେ ଧାନଶଳୀ ବାରିଷ୍ଟର ଥିଲେ, ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲେ
। ଓ ମାତାଙ୍କ ନାମ ସ୍ୱରୂପରାଣୀ(୧୮୬୮-୧୯୩୮) ଥିଲା ।ଜବାହରଲାଲ ନେହେରୁଙ୍କର ଦୁଇ ଭଉଣୀ ଥିଲେ ।
ବିଜୟ ଲକ୍ଷ୍ମୀ ତାଙ୍କର ବଡ ଭଉଣୀ ଥିଲେ,ସେ United
Nations General Assemblyର ପ୍ରଥମ ମହିଳା ସଭାପତି ଥିଲେ । କ୍ରୀଷ୍ଣା ହୂଥୀସିଙ୍ଗ ତାଙ୍କର ଆଉଜନେ ଭଉଣୀ
ଥିଲେ । ସେ ଜଣେ ପୁସ୍ତକ ଲେଖିକା ଥିଲେ ।
ସେ
ଅକ୍ଟୋବର ୧୯୦୭ ମସିହାରେ ସ୍ନାତକ କରିବା ପାଇଁ ତ୍ରିନିତୀ ମହାବିଦ୍ୟାଳୟ, କେମ୍ବ୍ରିଜ ଯାଇଥିଲେ । ସେ ୧୯୧୦ ମସିହାରେ
ପ୍ରକୃତିକ ବିଜ୍ଞାନରେ ସ୍ନାତକ ସାରିଥିଲେ ।୧୯୧୦ ମସିହାରେ ସେ ଓକିଲାତି କରିବା ପାଇଁ ଲଣ୍ଡନ
ଯାଇଥିଲେ । ସେ ସେଠି Inns
of Court School of Law (Inner Temple)ରେ ୨ ବର୍ଷ ଓକିଲାତି କରିଥିଲେ । ୧୯୧୨ ମସିହାରେ ସେ
ଭାରତ ଫେରିଥିଲେ ଏବଂ ସେ ଆଲ୍ହାବାଦ ଉଚ ଅଦାଲତରେ ଓକିଲାତି କରିଥିଲେ ।
ଅସହଯୋଗ
ଆନ୍ଦୋଳନ
ସେ
୧୯୨୦ରେ ପ୍ରଥମେ ଅସହଯୋଗ ଆନ୍ଦୋଳନରେ ଜଡିତ ହୋଇଥିଲେ। ବିରୋଧୀ ଶାସନିକ କାର୍ଯ୍ୟକଳାପ ପାଇଁ ସେ
୧୯୨୧ରେ ଗିରଫ ହୋଇଥିଲେ ଏବଂ କିଛି ମାସ ପରେ ଖଲାସ ହୋଇଥିଲେ । ଚୌରୀ ଚୌରା ଘଟନା ପରେ ଅସହଯୋଗ
ଆନ୍ଦୋଳନରା ସମାପ୍ତି ଘଟିଥିଲା ।


0 Comments