କାହ୍ନୁଚରଣ ମହାନ୍ତି


କାହ୍ନୁଚରଣ ମହାନ୍ତି

ଜନ୍ମ:    ୧୧ ଅଗଷ୍ଟ ୧୯୦୬
ନାଗବଳି, କଟକ
ମୃତ୍ୟୁ:   ୬ ଅପ୍ରେଲ ୧୯୯୪ (୮୭ ବର୍ଷ)
ବୃତ୍ତି:    ଲେଖକ
ଭାଷା:  ଓଡ଼ିଆ
ଜାତୀୟତା:       ଭାରତୀୟ
ନାଗରିକତା:     ଭାରତୀୟ
ଶିକ୍ଷାନୁଷ୍ଠାନ:     ପ୍ୟାରୀମୋହନ ଏକାଡେମୀ
ଜ୍ଞାତି କୁଟୁମ୍ବ:     ଗୋପୀନାଥ ମହାନ୍ତି (ସାନ ଭାଇ)

କାହ୍ନୁଚରଣ ମହାନ୍ତି (୧୧ ଅଗଷ୍ଟ ୧୯୦୬ - ୬ ଅପ୍ରେଲ ୧୯୯୪ ) ଜଣେ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଔପନ୍ୟାସିକ ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

କାହ୍ନୁଚରଣ ମହାନ୍ତି ମହାନଦୀ କୁଳର "ନାଗବଳି" ନାମକ ଏକ ଗାଆଁରେ ୧୯୦୬ ମସିହା ଅଗଷ୍ଟ ୧୧ତାରିଖରେ ଜନ୍ମ ହୋଇଥିଲେ । ସେ କଟକର ପ୍ୟାରୀମୋହନ ଏକାଡେମୀରେ ପାଠ ପଢିଥିଲେ ।

ସାହିତ୍ୟ ସର୍ଜନା

ଶୈଶବରୁ କାହ୍ନୁଚରଣ ସାହିତ୍ୟପ୍ରତି ଆକୃଷ୍ଟ ଥିଲେ । ଫକୀର ମୋହନ ସେନାପତିଙ୍କ ରଚନାରୁ ସେ ପ୍ରଭାବିତ ହୋଇଥିଲେ । ପ୍ୟାରୀମୋହନ ଏକାଡେମୀରେ ପାଠ ପଢିବାବେଳେ ତାଙ୍କର କେତୋଟି କବିତା ବିଦ୍ୟାଳୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । କିନ୍ତୁ ସେ କବିତା ଲେଖିବା ଜାରୀ ରଖିନଥିଲେ । ତାଙ୍କୁ ଲାଗୁଥିଲା ଯଦି ସଂସ୍କୃତରେ କବିତା ଲେଖିନପାରିଲି, ତେବେ ସେ ଜଣେ ପ୍ରକୃତ କବି ବୋଲାଇପାରିବେ ନାହିଁ । ପରବର୍ତ୍ତୀ ସମୟରେ ତାଙ୍କର ହୃଦବୋଧ ହେଲା ଯେ, ତାଙ୍କ ମା ମାଉସୀ, ବାପା ଦାଦି କହୁଥିବା ଭାଷାରେ ମଧ୍ୟ ଗପ ଉପନ୍ୟାସ ଲେଖାଯାଇପାରିବ । ତାପରେ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇଉଠିଲା ଓ ସୃଷ୍ଟି ହୋଇ ଚାଲିଲା ଗୋଟିକ ପରେ ଗୋଟିଏ ଉପନ୍ୟାସ ।

ଉପନ୍ୟାସ

ବାଲିରାଜା, ୧୯୩୨
ହା ଅନ୍ନ (୧୯୩୫)
ଅଦେଖା ହାତ (୧୯୪୩)
ତୁଣ୍ଡବାଇଦ (୧୯୪୪)
ଏପାରି ସେପାରୀ (୧୯୪୫)
ଶାସ୍ତି (୧୯୪୬)
ଝଞ୍ଜା (୧୯୫୦)
ମିଳନର ଛନ୍ଦ (୧୯୫୧)
ଶର୍ବରୀ (୧୯୫୨)
କା (୧୯୫୬)
ପଳାତକ
ବଜ୍ରବାହୁ (୧୯୫୯)
ଇତିହ
ଉତ୍ସବେ ବ୍ୟସନେ (୧୯୨୩)
ଦୁନିଆର ଦାଉ (୧୯୩୪)
ନିଷ୍ପତ୍ତି (୧୯୩୨)
ସ୍ୱପ୍ନ ନା ସତ୍ୟ (୧୯୩୩)
ଦୁନିଆର ଦାଉ (୧୯୩୦)
ହା ଅନ୍ନ (୧୯୩୫)
ତଥାସ୍ତୁ (୧୯୩୬)
ପରିଚୟ (୧୯୩୬)
ଓଲଟ ପାଲଟ (୧୯୩୭)
ପରକୀୟା (୧୯୩୮)
ଉଦଣ୍ଡି (୧୯୩୯)
ପ୍ରତିକ୍ଷା (୧୯୪୩)
ଭଲପାଇବାର ଶେସକଥା (୧୯୪୪)
ଏପାରି ସେପାରି (୧୯୪୫)
ଶାସ୍ତି (୧୯୪୬)
ବନଗହନର ଜାଲେ (୧୯୪୭)
ଅନ୍ତରାୟ (୧୯୪୭)
ଅଭିନେତ୍ରୀ (୧୯୪୭)
ଭୁଲି ହୁଏନା (୧୯୪୮)
ପରୀ (୧୯୫୪)
ଢେଉଢେଉକା (୧୯୬୨)
ବଗବଗୁଲୀ (୧୯୬୪)
ଇତିହାସ (୧୯୬୯)
ସ୍ୱପ୍ନ (୧୯୬୮)
ଛୁଟିଲେ ଘଟ (୧୯୬୮)
ତିରଙ୍ଗାର ତଳେ (୧୯୬୯)
ମମତାର ମାୟା (୧୯୬୯)
ମନମନ୍ଥନ (୧୯୭୦)
ଅତି ଗୋପନୀୟ (୧୯୭୦)
ଅଙ୍ଗନ (୧୯୭୧)
ମମତାର ମାୟା (୧୯୭୧)
କହିବାକୁ ଲାଜ (୧୯୭୩)
ନିର୍ବିଶଙ୍କ (୧୯୭୩)
ଆଜି ନୁହେଁ ଆଉ ଦିନେ (୧୯୭୩)
କ୍ଷଣ କ୍ଷଣକେ ଆନ (୧୯୭୫)
ମାୟା ବାର୍ତ୍ତା (୧୯୭୮)
ସତ୍ୟବତୀ (୧୯୮୦)
କ୍ଷଣିକ (୧୯୮୦)
ତରକା (୧୯୮୧)
ତପସ୍ୱୀ (୧୯୮୨)
ଲଲାଟଲିଖନ (୧୯୮୩)
ମେଲାଣି ମାଗୁଣି (୧୯୮୩)
ପାବନୀ (୧୯୮୪)
ଯକ୍ଷ (୧୯୮୫)

ସମ୍ମାନ ଓ ପୁରସ୍କାର

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୫୮ ("କା" ଉପନ୍ୟାସ ପାଇଁ)
ସାହିତ୍ୟ ଏକାଡେମୀ ଫେଲୋ, ୧୯୯୪

Post a Comment

0 Comments