ଅଚ୍ୟୁତାନନ୍ଦ
ଦାସ
ମହାପୁରୁଷ
ଅଚ୍ୟୁତାନନ୍ଦ ଦାସ ୧୬ଶ ଖ୍ରୀ.ର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ଜଣେ
ଯୋଗକଳ୍ପା ଓ ତ୍ରିକାଳଦର୍ଶୀ ବୈଷ୍ଣବ କବି । ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ ୩୬ଟି
ସଂହିତା, ୭୮ଟି ଗୀତା, ୧୦୦ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ ଏହିପରି ପାଖାପାଖି ୧୬୦୦୦୦ ପଦ୍ୟପଦ୍ୟାବଳି ସେ ରଚନା କରିଯାଇଛନ୍ତି । ଯୋଗ, ଜ୍ୟୋତିଷ, ଦର୍ଶନ, ବାସ୍ତୁ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ଅୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ
ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ସେ ମହାପୁରୁଷ ନାମରେ ପରିଚିତ ।
ଅଚ୍ୟୁତାନନ୍ଦ
ଓଡ଼ିଆ ସାହିତ୍ୟର ପଞ୍ଚସଖା (ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଅନନ୍ତ ଦାସ, ଯଶୋବନ୍ତ ଦାସ)ଙ୍କ ଭିତରୁ ଜଣେ । ଏହି
ପଞ୍ଚସଖା ଓଡ଼ିଶାରେ "ଭକ୍ତି" ଧାରାର ଆବାହକ ଥିଲେ ।
ଜନ୍ମ
ଓ ବଂଶ
ଅଚ୍ୟୁତାନନ୍ଦ
ଗୋପାଳ ବଂଶରେ ଜନ୍ମଲାଭ କରିଥିଲେ । ଅଚ୍ୟୁତ ନିଜ ଆତ୍ମପରିଚୟ ଏହି ଭାବେ
ଦେଇଛନ୍ତି-
ତିଳକଣାରେ
ମୁଁ ଜନମ ହୋଇଲି କେହି ନ ଚିହ୍ନିଲେ ମୋରେ ।
ଅଗଣି
ତ ବୋଲି ମାତା ଡାକୁଥାନ୍ତି ଅନ୍ନ ନ ମିଳଇ ଘରେ ।।
ବେନି
ଭ୍ରାତ ମୋର ଏକ ଯେ ଭଗିନୀ ତ୍ରିପୁର ଗ୍ରାମରେ ବାସ ।
ଏମନ୍ତ
ମୋ ମାତା ପିଅର ବଞ୍ଚନ୍ତି ଗ୍ରାମରେ କରି ନିବାସ ।।
ନାମ
ମୋ ଅଚ୍ୟୁତ ଦାସ ଯେ ବିଖ୍ୟାତ ନେମାଳ ଗ୍ରାମରେ ଥାଇ ।
ଏବେ
ଶୂଦ୍ରକୁଳେ ଜନମ ଲଭିଛି ପ୍ରଭୁଙ୍କ ଆଜ୍ଞାରୁ ମୁହିଁ ।।
ଏହି
ଉଦ୍ଧୃତି ଅନୁସାରେ ସେ ତିଳକଣା ଗ୍ରାମରେ ଜନ୍ମ ହୋଇଥିଲେ । ତାଙ୍କ ମାତା ତାଙ୍କୁ 'ଅଗଣି' ବୋଲି ଡାକୁଥିଲେ । ତାଙ୍କର ଦୁଇ ଭାଇ ଓ ଗୋଟିଏ ଭଉଣୀ ଥିଲେ ଓ ସେ ଶୂଦ୍ରକୁଳରେ
ଜନ୍ମିତ । ପୁନଃ ସେ ନିଜ ମାତା ପିତାଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି-
ଦୀନବନ୍ଧୁ
ନାମ ଖୁଣ୍ଟିଆ ଶୂଦ୍ରର କୁଳରେ ହୋଇବୁ ଜାତ ।
ବାଞ୍ଛିଲାର
ଫଳ ନୋହିବ ବିଫଳ ପ୍ରି ଅଂଶେ ଲାଭ ପୁତ୍ର ।।
ଖୁଣ୍ଟିଆ
ଦୀନବନ୍ଧୁ ନାମେ ବୋଲିଣ ପଦ୍ମାବତୀ ନାମେ ନାରୀ ।
ପ୍ରଭୁ
ଆଜ୍ଞା ଘେନି ପ୍ରବେଶ ହୋଇଲି ଗର୍ଭେଣ ମୁହିଁ ତାହାରି ।।
ଦଶମାସ
ଦଶ ଦିବସ ମଧ୍ୟରେ ଶୁକ୍ଳ ମାଘ ଏକାଦଶୀ ।
ଜନମ
ଲଭନ୍ତେ ପିତା ମୋ ଦେଖନ୍ତେ ଅପୁତ୍ରିକ ଦୋଷଧ୍ୱଂସୀ ।।
କେ
ବୋଲେ ଅନାମ ଅଗଣି ତ ନାମ କେ ବୋଲେ ଅନନ୍ତ ହରି ।
ମାତା
ପିତା ମୋତେ ଡାକିଲେ ନିଶ୍ଚୟ ଅଚ୍ୟୁତ ଯେ ନାମ ଧରି ।
ଶୂଦ୍ରକୁଳର
ଦୀନବନ୍ଧୁ ଖୁଣ୍ଟିଆ ଓ ପଦ୍ମାବତୀ ମୋ ମାତା ପିତା । ପ୍ରଭୁଙ୍କ ଆଜ୍ଞାରୁ ମୁଁ ତାହାଙ୍କ
(ପଦ୍ମାବତୀଙ୍କ) ଗର୍ଭରେ ପ୍ରବେଶ କରି ଦଶମାସ ଦଶଦିନରେ ଜନ୍ମଗ୍ରହଣ କଲି ଓ ତାଙ୍କ ଅପୁତ୍ରିକ
ଦୋଷ ନାଶ କଲି । କେହି ମୋତେ ଅଗଣି ଡାକିଲେ, ଆଉ କେହି ଅନନ୍ତ, ହରି
ଡାକିଲେ କିନ୍ତୁ ମୋ ନାମ ଅଚ୍ୟୁତ ବୋଲି ନିଶ୍ଚୟ କରାଗଲା ।
ଏଣୁ
କବିଙ୍କ ନିଜ ଲେଖାରୁ ତାଙ୍କ ଜନ୍ମସ୍ଥାନ, ମାତା ପିତାଙ୍କ ବିଷୟରେ ଯଥେଷ୍ଟ ପ୍ରମାଣ ମିଳୁଛି ।
ପୂର୍ବଜନ୍ମ
'ଶୂନ୍ୟସଂହିତା'ରେ କବି ନିଜ ପରିଚୟ ଦେଇ ଲେଖିଛନ୍ତି ଯେ ସେ
ପୂର୍ବ ଜନ୍ମରେ ସୁଦାମ ଥିଲେ ।
ଚୈତନ୍ୟଙ୍କ
ସହ ଭେଟ
ପୁନଃ
ଅଚ୍ୟୁତଙ୍କ ନିଜ ଲେଖାରୁ ତାଙ୍କର ଚୈତନ୍ୟଙ୍କ ସହ କିପରି ଭେଟ ହୋଇଥିଲା ତାହାର ବର୍ଣ୍ଣନ ରହିଛି
।
ଚୈତନ୍ୟ
ଗୋସାଇଁ ବିଜେ କରିଛନ୍ତି ବଡ଼ଦାଣ୍ଡରେ ଯେ ଆସି ।
ପିତାଙ୍କ
ସଙ୍ଗରେ ଦର୍ଶନ କଲି ମୁଁ ଚରଣେ ପଡ଼ିଲି ଝାସି ।।
ଚୈତନ୍ୟ
ଗୋସାଇଁ ବଡ଼ଦାଣ୍ଡରେ ବିଜେ କରିଥିବା ବେଳେ ପିତାଙ୍କ ସଙ୍ଗେ ମୁଁ ତାଙ୍କ ଦର୍ଶନ କଲି ଓ ତାଙ୍କ
ଚରଣରେ ପଡ଼ିଲି ।
ଶିଷ୍ୟ
ଅଚ୍ୟୁତ
ଦାସଙ୍କ ୩୦୦୦ ଭକ୍ତ ବା ଶିଷ୍ୟ ଥିଲେ । ଏହି ଭିତରୁ ଉତ୍ତମ ଶିଷ୍ୟ ୫୦୦ । ପ୍ରାଚୀକୂଳରେ
ଅଚ୍ୟୁତଙ୍କ ୧୦୦୦ ଭକ୍ତ ଥିଲେ । ଅନନ୍ତପୁର ଶାସନର ଶର୍ମ୍ମା ଦ୍ୱିଜବର, ପ୍ରାଚୀ କୂଳର ଦାସ ମହାପାତ୍ର, ଗଣେଶ ପତି, ଗଣକକୁଳ କାହ୍ନୁଙ୍କ ପୁତ ପରୀକ୍ଷିତ, ଯାଜପୁର ବନ୍ଧୁ ମହାନ୍ତି - ଏମାନେ ଦାସଙ୍କ
ପ୍ରମୁଖ ଶିଷ୍ୟ ଥିଲେ ।
ପ୍ରତାପରୁଦ୍ରଙ୍କ
ପରୀକ୍ଷା
ସେତେବେଳେ
ପ୍ରତାପରୁଦ୍ର ଦେବ ଓଡ଼ିଶାର ରାଜା ଥିଲେ । ଦାସଙ୍କ ଶୂନ୍ୟଭଜନ କଥା ରାଜା ଶୁଣିପାରିଲେ ଓ
ଶୂନ୍ୟଭଜନ କି ପ୍ରକାର ତାହା ଜାଣିବା ଲାଗି ଅଚ୍ୟୁତଙ୍କ ସହ ଅନେକ କଟାଳ କଲେ । ବ୍ରାହ୍ମଣମାନେ
ଏହା ଶୁଣି ଉପହାସ କଲେ । ଦାସଙ୍କର ଉପହାସ ପ୍ରତି ଭ୍ରୂକ୍ଷେପ ନ ଥିଲା । ଦାସେ ରାଜାଙ୍କ ଆଜ୍ଞା
ପାଇ ସଙ୍କଟରେ ପଡ଼ିଲେ ମାତ୍ର ଶେଷକୁ ପରୀକ୍ଷା ହେବା ସ୍ଥିର କରାଗଲା । ପୁରୀ ସହରର ବାଙ୍କି
ମୁହାଁଣ ନିକଟସ୍ଥ ଶୂନ୍ୟ ବାମ୍ଫିଠାରେ ପରୀକ୍ଷା ହେଲା । ପରୀକ୍ଷା ପରେ ରାଜା ସନ୍ତୁଷ୍ଟ ହୋଇ ଓ
ସେହି ସ୍ଥାନରେ ବାସ କରିବା ଲାଗି ଅଚ୍ୟୁତଙ୍କୁ ଆଜ୍ଞା ଦେଲେ । ଅଦ୍ୟାବଧି ଏହି ସ୍ଥାନରେ ଗୋଟିଏ
ମଠ ରହିଛି ଯାହାର ନାମ ଗୋପାଳ ମଠ ।
ଧର୍ମତତ୍ତ୍ୱ
ଅଚ୍ୟୁତାନନ୍ଦ
ଶରୀରତତ୍ତ୍ୱ ଭଳି କଠିଣ ଦାର୍ଶନିକ ବିଷୟଗୁଡ଼ିକୁ ସରଳ ଓଡ଼ିଆ ଭାଷାରେ ଲେଖିଛନ୍ତି ।
ଅଚ୍ୟୁତ
ଚୈତନ୍ୟଙ୍କ ଶିଷ୍ୟ ଥିବା ସ୍ପଷ୍ଟଭାବରେ ଲେଖିଥିବାରୁ ସେ ବୈଷ୍ଣବ ଥିଲେ ବୋଲି କୁହାଯାଇପାରିବ ।
କେତେକଙ୍କ ମତରେ ସେ ବୌଦ୍ଧ ଥିଲେ କାରଣ ଶୂନ୍ୟସଂହିତାରେ ସେ ନିରାକାର ଉପାସନାକୁ ଶ୍ରେଷ୍ଠ ବୋଲି
କହିଛନ୍ତି । ହିନ୍ଦୁଧର୍ମରେ ମଧ୍ୟ ନିରାକାର ଉପାସନାର ଶାଖା ଥିବାରୁ ଏହା ଠିକ ବୋଲି
କୁହାଯାଇପାରିବନି ।
ଶୂନ୍ୟସଂହିତାର
ପଞ୍ଚମ ଅଧ୍ୟାୟରୁ ଅଚ୍ୟୁତ ଏକଦେଶଦର୍ଶୀ ନ ଥିଲେ ବୋଲି ଜଣାଯାଏ ।
ହିନ୍ଦୁ
ଭଜେ ଅଲେଖ, ତୁଚୁକ ଅଲେଫ ଯେ
ଏଣୁ
ଅଲେଫ ତେଜ, ଅଲେଖ ହିନ୍ଦୁ ଭଜେ ।
—ପଞ୍ଚମ ଅଧ୍ୟାୟ, ଶୂନ୍ୟସଂହିତା
ଭଜନ
ଅଚ୍ୟୁତାନନ୍ଦ
ନିରାକାର ଭଜନର ମହତ୍ତ୍ୱ ବିଷୟରେ ବାରମ୍ବାର ଲେଖିଛନ୍ତି ।
ମୋହ
ଶପଥ ତୋତେ ଆହୋ ବାବୁ । ଏ ଭଜନ ସୂତ୍ର ସୂତ୍ରେ ଭଜିବୁ ।।
କିଏ
କାହାର ମିଥ୍ଯା ଯେ ସଂସାର । ଆପେ ତରିଲେ ଆଉ କେ କାହାର ।।
ଆପକୁ
ଆପେ ଚିହ୍ନିଲେରେ ବାବୁ । କାଳେ କାଳେ ଅଜାମର ହୋଇବୁ ।।
ସୁଖେ
ପାରିହେବୁ ଭବସାଗର । ବୁଲିଗଲା ପ୍ରାୟେ ଯିବ ଶରୀର ।।
ଜାତିଭେଦ
ଅଚ୍ୟୁତାନନ୍ଦ
ଜାତିଭେଦରେ ବିଶ୍ୱାସ ରଖୁନଥିଲେ ।
ହେଲେ
ଜାତି ହୀନ ନାହିଁ ତହିଁ ମାନ ଶ୍ରୀକୃଷ୍ଣ ବାସନା ଥାଏ ।
କଲିକତରା
ଯେ ପଙ୍କରେ ବୁଡ଼ିଲେ ପଙ୍କ ନ ଲାଗଇ ଦେହେ ।।
ସାହିତ୍ୟିକ
କୃତି
ଶୂନ୍ୟସଂହିତା
ରାମଦାସଙ୍କ
ପ୍ରଶ୍ନ ଶୁଣି ଅଚ୍ୟୁତ ଯେଉଁ ଉପଦେଶ ଦେଇଥିଲେ ତାହା ହିଁ ଶୂନ୍ୟସଂହିତାର ବିଷୟ ।
ମହାପୁରୁଷଙ୍କ
ସଂଖ୍ୟାଧିକ ରଚନାବଳୀ ମଧ୍ୟରୁ କେତକ ପ୍ରାପ୍ତ ତଥା ପ୍ରକାଶିତ ଗ୍ରନ୍ଥର ବିବରଣୀ ନିମ୍ନରେ
ପ୍ରଦତ୍ତ । ସେ ୩୬ଟି ସଂହିତା,
୭୮ଟି ଗୀତା, ୨୭ଟି ହରିବଂଶାଦି ଚରିତ, ୧୨ଟି ଉପବଂଶ ଚରିତ, ୧୦୦ଟି ପୁରାଣ ବା ମାଳିକା ଲେଖିଛନ୍ତି । ଏହା
ସହିତ ସେ ଅନେକ ଭଜନ ଚୌପଦୀ ଲେଖିଛନ୍ତି ।
ପୁରାଣ
- ହରିବଂଶ
ମାଳିକା
- ଆଗତ-ଭବିଷ୍ୟ ମାଳିକା
- ଜାଈଫୁଲ ମାଳିକା
- ଦଶପଟଳ ମାଳିକା
- କଳିଯୁଗ ମାଳିକା
ଗୀତା
- ଗୁରୁଭକ୍ତି ଗୀତା
- ବ୍ରହ୍ମ ଏକାକ୍ଷର ଗୀତା
- ଶୂନ୍ୟ ଗୀତା
- କୈବର୍ତ୍ତ ଗୀତା
- କଳିଯୁଗ ଗୀତା
- ଗରୁଡ଼ ଗୀତା
- ଉପଦେଶଚକ୍ର ଗୀତା
- ମଣିବନ୍ଧ ଗୀତା
- ଅାଦିବ୍ରହ୍ମ ଗୀତା
- ଅାଦିଲିଳା ଗୀତା
- ଭକ୍ତଲୀଳା ଗୀତା
କୋଇଲି
- ଞ୍ଜାନଦୋୟ କୋଇଲି
- ଡିବିଡିବି କୋଇଲି
- ବାଖର କୋଇଲି
ସଂହିତା
- ଶୂନ୍ୟ ସଂହିତା
- ଅଣାକାର ସଂହିତା
- ବଟ ସଂହିତା
- ଅମରଜୁମର ସଂହିତା
- ଛାୟା ସଂହିତା
- ଅବାଡ଼ ସଂହିତା
- ଜ୍ୟୋତି ସଂହିତା
- ଅନାହତ ସଂହିତା
- ବୀଜ ସଂହିତା
- ବ୍ରହ୍ମ ସଂହିତା
ରାହାସ
- ନିତ୍ୟ ରାହାସ
- ମହାନିତ୍ୟ ରାହାସ
- ଶୁନ୍ୟ ରାହାସ
- ଠୁଳଶୁନ୍ୟ ରାହାସ
- ରାଧା ରାସ
- ଦୁତୀ ରାହାସ
- ବୃନ୍ଦା ରାହାସ
- ପରମ ରାହାସ
- ଅନନ୍ତ ରାସ
- ପଦ୍ମବନ ରାସ
ଟୀକା
- ବର୍ଣ ଟୀକା
- କଳ୍ପ ଟୀକା
- ଚନ୍ଦ୍ରକଳ୍ପ ଟୀକା
- ପଦ୍ମକଳ୍ପ ଟୀକା
ପଟଳ
- ଛୟାଳିଶ ପଟଳ
- ଚବିଶ ପଟଳ
- ଷୋଡ଼ଶ ପଟଳ
ଅନ୍ୟାନ
ପଦ୍ୟାବଳୀ ଓ ଗ୍ରନ୍ଥସମୁହ
- ଅଷ୍ଟ ଗୁଜରୀ
- ନବ ଗୁଜରୀ
- ତେରଜନ୍ମ ସ୍ମରଣ
- ଗୋପାଳଙ୍କ ଓଗାଳି ଓ ଲଉଡ଼ି ଖେଳ
- ପଟ୍ଟା ମଡ଼ାଣ
- ଚକଡ଼ା ମଡ଼ାଣ
- ଶିବ କଳ୍ପ
- ଶରଣ ପଞ୍ଜର
- ତତ୍ତ୍ୱବୋଧିନୀ
- ଭାବନାବର
- ଚୌରାଶୀ ଯନ୍ତ୍ର
- ଶ୍ରୀଅଣାକରବ୍ରହ୍ମ ଯନ୍ତ୍ର
- ବ୍ରହ୍ମ ଶାଙ୍କୁଳି
- ଅଭୟ କବଚ


0 Comments